oom

ରେଳ ବଜେଟରେ ଓଡ଼ିଶାକୁ ୯୭୩୪ କୋଟି : ଖୋର୍ଦ୍ଧା-ବଲାଙ୍ଗିର ପ୍ରକଳ୍ପ ପାଇଁ ସର୍ବାଧିକ ୮୯୧ କୋଟି ଟଙ୍କା ମଞ୍ଜୁର

jsmm

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ରେଳ ବଜେଟରେ ଓଡ଼ିଶାକୁ ୯୭୩୪ କୋଟି ଟଙ୍କା ମିଳିଥିବା ବେଳେ ଖୋର୍ଦ୍ଧା-ବଲାଙ୍ଗିର ପ୍ରକଳ୍ପ ପାଇଁ ସର୍ବାଧିକ ୮୯୧ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ଲାଇନ ପାଇଁ ୨୦୨୨-୨୦୨୩ ଆର୍ଥିକ ବର୍ଷ ପାଇଁ ୩୫୧ କୋଟିର ଅନୁଦାନ ମିଳିଛି । ସେହିଭଳି ପୁରୀ-ତାଳଚେର ପାଇଁ ୧୦୨ କୋଟି, ସମ୍ବଲପୁର-ଟିଟିଲାଗଡ ପାଇଁ ୯୯ କୋଟିର ଅନୁଦାନ ମିଳିଛି । ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା-ବାରଙ୍ଗ ତୃତୀୟ ଲାଇନ ପାଇଁ ୧୬୪ କୋଟି ଟଙ୍କା ମିଳିଛି । ଜୟପୁର-ନବରଙ୍ଗପୁର ପାଇଁ ୮୧ କୋଟି, ତାଳଚେର-ବିମଳାଗଡ ପାଇଁ ୨୫୦ କୋଟି ଓ ଜୟପୁର-ମାଲକାନଗିରି ପାଇଁ ୧୩ କୋଟି ଟଙ୍କାର ଅନୁଦାନ ମଞ୍ଜୁର ହୋଇଛି । ସେହିଭଳି ହରିଦାସପୁର-ପାରାଦ୍ୱୀପ ପାଇଁ ୮୫ କୋଟି ଓ ବହୁ ପ୍ରତୀକ୍ଷିତ ଅନୁଗୁଳ-ସୁକିନ୍ଦାରୋଡ ପାଇଁ ୪୭୫ କୋଟି ଅନୁଦାନ ମିଳିଛି ।

jittmm
Leave A Reply

Your email address will not be published.