csstore

ବଲାଙ୍ଗିର ରକ୍ତ ଭଣ୍ଡାରରେ ରକ୍ତଦାନ କରି ରୋଗୀଙ୍କ ଜୀବନ ବଂଚାଇଲେ ମାହେଶ୍ୱରୀ ସେନାର ଯୁବ ସଦସ୍ୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରକ୍ତଦାନ କରି ରୋଗୀଙ୍କ ଜୀବନ ବଂଚାଇଛନ୍ତି ମାହେଶ୍ୱରୀ ସେନାର ଯୁବ ସଦସ୍ୟ ଗର୍ବରଂଜନ ଅମାତ । ସୂଚନା ଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକର ମିତା ବୁଡେକ ନାମ୍ନୀ ଜଣେ ରୋଗୀ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଗତକାଲି ଡାକ୍ତର ତାଙ୍କୁ ତୁରନ୍ତ ‘ଏ’ ପଜିଟିଭ୍‌ ରକ୍ତର ଆବଶ୍ୟକତା ରହିଛି ବୋଲି କହିଥିଲେ । ତେବେ ରୋଗୀଙ୍କ ସଂପର୍କୀୟ ରକ୍ତ ଭଣ୍ଡାରରେ ରକ୍ତ ନ ପାଇବାରୁ ମାହେଶ୍ୱରୀ ସେନାକୁ ଯୋଗାଯୋଗ କରିଥିଲେ । ପରେ ଖବର ପାଇ ମାହେଶ୍ୱରୀ ସେନାର ଯୁବ ସଦସ୍ୟ ଗର୍ବରଂଜନ ଅମାତ ସଙ୍ଗେ ସଙ୍ଗେ ବଲାଙ୍ଗିର ରକ୍ତ ଭଣ୍ଡାରକୁ ଆସିଲେ । ହେଲେ ଗର୍ବରଂଜନଙ୍କ ରକ୍ତ ‘ଓ’ ପିଜିଟିଭ୍‌ ହୋଇଥିବାରୁ ରକ୍ତ ଭଣ୍ଡାରେ ରକ୍ତକୁ ଜଣଙ୍କଠାରୁ ବଦଳ କରି ରୋଗୀଙ୍କୁ ରକ୍ତଦାନ କରି ତାଙ୍କ ଜୀବନ ବଂଚାଇଥିବାରୁ ରୋଗୀଙ୍କ ପରିବାର ପକ୍ଷରୁ ଶ୍ରୀ ଅମାତଙ୍କୁ ଧନ୍ୟବାଦ ଜଣାଇବା ସହ ମାହେଶ୍ୱରୀ ସେନାକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।

jayashree
Leave A Reply

Your email address will not be published.