csstore

ଜିଲ୍ଲା ଛାତ୍ର କଂଗ୍ରେସ କମିଟିରେ ଟୁଲୁ, ନିରଂଜନ, ସୁମିତ, ସନତ, ଓମ୍‌ ଏବଂ ଶଙ୍କର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେସ କମିଟିର ନୂତନ ଜିଲ୍ଲା କମିଟି ଚୟନ ହୋଇଯାଇଥିବା ବେଳେ ଏଥିରେ ଜିଲ୍ଲା ଛାତ୍ର କଂଗ୍ରେସ କମିଟି ଉପସଭାପତି ଭାବେ ଟୁଲୁ ସେନ, ନିରଞ୍ଜନ ମିଶ୍ର, ସୁମିତ ପଟ୍ଟନାୟକ, ସନତ ପଧାନ ରହିଥିବା ବେଳେ ଜିଲ୍ଲା ସାଧାରଣ ସମ୍ପାଦକ ଭାବେ ଓମ୍‌ ରାଉତ ଏବଂ ଜିଲ୍ଲା ସମ୍ପାଦକ ଭାବେ ଶଙ୍କର ବିଶି ରହିଛନ୍ତି । ଏଥି ପାଇଁ ବିଭିନ୍ନ ପଦ ପଦବୀରେ ମନୋନୀତ ହୋଇଥିବା ନୂତନ ସଦସ୍ୟବୃନ୍ଦ କଂଗ୍ରେସ ବିଧାୟକ ଦଳ ନେତା ତଥା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର, ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସଂପାଦକ ସମରେନ୍ଦ୍ର ମିଶ୍ର, କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ଓଡିଶା ପ୍ରଦେଶ ଛାତ୍ର କଂଗ୍ରେସ କମିଟି ସଭାପତି ୟାଶୀର ନବାଜ, ଓଡିଶା ପ୍ରଦେଶ ଛାତ୍ର କଂଗ୍ରେସ ପ୍ରଭାରୀ ମିସ୍‌ ଅନୁଲେଖା ବୋଷା ଜି ଏବଂ ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁଙ୍କୁ ଧନ୍ୟବାଦ ଜଣେଇବା ସହ ଆଗାମୀ ଦିନରେ ଛାତ୍ର ଛାତ୍ରୀଙ୍କ ବିଭିନ୍ନ ସମସ୍ୟାକୁ ନେଇ ରାଜ ରାସ୍ତାରେ ଲଢେଇ ଜୋରଦାର କରିବେ ବୋଲି ସମସ୍ତେ ମତ ପ୍ରକାଶ କରିଛନ୍ତି ।

jayashree
Leave A Reply

Your email address will not be published.