oom

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଜିଲ୍ଲା ଭାଜପାର ବୈଠକ

jsmm

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ବିଜେପି ଜିଲ୍ଳା ସଭାପତି ଅଶ୍ୱିନୀ ଷଡ଼ଙ୍ଗୀଙ୍କ ନେତୃତ୍ୱରେ, ବରଗଡ ବିଧାନସଭାସ୍ତରୀୟ ଏକ କାର୍ଯ୍ୟକର୍ତା ବୈଠକ ବିଜେପି ଜିଲ୍ଲା କାର୍ଯ୍ୟଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ବରଗଡ ବିଧାନସଭା ଅନ୍ତର୍ଗତ ସମସ୍ତ ପଞ୍ଚାୟତରୁ ଶତାଧିକ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ । ବରଗଡ ବିଧାନସଭା ଅନ୍ତର୍ଗତ ସମସ୍ତ ଜିଲ୍ଲା ପରିଷଦ ଜୋନ ସହିତ, ସମସ୍ତ ୱାର୍ଡ, ପଞ୍ଚାୟତ ସମିତି ସଦସ୍ୟ ତଥା ସରପଞ୍ଚ ପଦ ପାଇଁ, ପ୍ରାର୍ଥୀ ଦେବାକୁ ଦଳ ତରଫରୁ ନିଷ୍ପତି ହୋଇଛି । ଖୁବ ଶୀଘ୍ର ପ୍ରାର୍ଥୀ ଚୟନ ପ୍ରକ୍ରିୟା ଶେଷ କରିବା ପାଇଁ ମଣ୍ଡଳସ୍ତରୀୟ କମିଟିକୁ ପରାମର୍ଶ ଦିଆଯାଇଥିଲା । ବରଗଡ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆଗାମୀ ତ୍ରିସ୍ତରୀୟ ନିର୍ବାଚନରେ ବିଜେପି ବିପୁଳ ବିଜୟ ଲାଭ କରିବ ବୋଲି କାର୍ଯ୍ୟକର୍ତାମାନେ ଦୃଢୋକ୍ତି ପ୍ରକାଶ କରିଥିଲେ । ଏହି ସଭାରେ ବରଗଡ଼ ସାଂସଦ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ରଙ୍କ ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିକାଶମୁଖି ଯୋଜନାଗୁଡିକ ଦ୍ୱାରା ଲୋକମାନେ ବହୁମାତ୍ରାରେ ଉପକୃତ ହୋଇଥିବାରୁ, ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେପି ନିଶ୍ଚିତ ରୂପେ ସଫଳତା ପାଇବ ବୋଲି ଆଶାବ୍ୟକ୍ତ କରିଥିଲେ । ସେହିପରି ଓଡିଶା ସରକାରର ସାମଗ୍ରିକ ବିଫଳତା, ଗୋବିନ୍ଦ କୁମ୍ଭାର ହାଜତ ମୃତ୍ୟୁ ଘଟଣା, ଜିଲ୍ଲାର ବେକାରୀ ସମସ୍ୟା, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି, ଧାନର ଅଭାବୀ ବିକ୍ରି, ସରକାରୀ ଅଫିସରେ ଚାଲିଥିବା ଦୁର୍ନୀତି ଇତ୍ୟାଦି ବିଷୟକୁ ମୁଖ୍ୟ ମୁଦ୍ଦା କରିବ ବୋଲି ଜିଲ୍ଲା ସଭାପତି ଅଶ୍ୱିନୀ ଷଡ଼ଙ୍ଗୀ ଏହି ବୈଠକରେ ଘୋଷଣା କରିଥିଲେ । ଆଜିର ଏହି ବୈଠକରେ ମଣ୍ଡଳ ସଭାପତି ହୃଷିକେଶ ଭୋଇ, ବାବୁଲୁ ସାହୁ, ହରିହର ସାହୁ, ବ୍ୟାସଦେବ ନାୟକ, ବ୍ରହ୍ମା ମହାକୁଡ଼ ତଥା ବରିଷ୍ଠ ନେତା ସୁରେଶ୍ୱର ଶତପଥି, ଅଶୋକ ପଣ୍ଡା, ରବି ନାରାୟଣ ଦାଶ, ପ୍ରିତମ ସିଂ, ଅବନୀକାନ୍ତ ପଣ୍ଡା, ଅକୁର ମଲ୍ଲିକ, ଈଶ୍ୱର ବାଗ, ବିପିନ ସାହୁ, ସଂଜୀବ ମହାପାତ୍ର, ଶଙ୍କର ଖାଲକୋ, ଯୁଧିଷ୍ଠିର ମେହେର ତଥା ଅନ୍ୟାନ୍ୟ ବହୁ ନେତୃବୃନ୍ଦ ଯୋଗଦେଇଥିଲେ ।

jittmm
Leave A Reply

Your email address will not be published.