ଜବତ ହେଲା ୧୫ହଜାର ଟଙ୍କାର କଫ୍ ସିରଫ୍‌

ନୂଆପଡ଼ା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡିଆଳ ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା । ଆଜି ଅବକାରୀ ବିଭାଗଙ୍କ ପେଟ୍ରୋଲିଙ୍ଗ ସମୟରେ ଖଡିଆଳରୁ କୋମନା ଯିବା ରାସ୍ତା ୩୫୩ଜାତୀୟ ରାଜପଥ ବରଗାଁ ଛକ ନିକଟରେ ଜଣେ ଯୁବକ ଗୋଟିଏ କାର୍ଟୁନ ଧରି ବସକୁ ଅପେକ୍ଷା କରିଥିବା ବେଳେ ଅବକାରୀ ବିଭାଗ ସନ୍ଦେହ କରି ଯାଞ୍ଚ କରିଥିଲେ । ଯାଞ୍ଚବେଳେ ତାଙ୍କଠାରୁ ୧୦୦ବୋତଲ କଫ୍‌ ସିରଫ୍‌ ଜବତ କରାଯାଇଥିଲା । ଯାହାର ଆନୁମାନିକ ମୂଲ୍ୟ ପନ୍ଦର ହଜାର ଟଙ୍କା ହେବ ବୋଲି ଖଡିଆଳ ଅବକାରୀ ଅଧିକାରୀ ଡମ୍ବରୁଧର ହରପାଲ ପ୍ରକାଶ କରିଛନ୍ତି । ସୂଚନା ଅନୁଯାୟୀ ଅବକାରୀ ବିଭାଗ ଏଥିରେ ସମ୍ପୃକ୍ତ ରୋନା ପଣ୍ଡା ନାମକ ଜଣକ ବ୍ୟକ୍ତିଙ୍କୁ ଗିରଫ କରିଛି । ତେବେ ଗିରଫ କରାଯାଇଥିବା ବ୍ୟକ୍ତି ଜଣକ ନୂଆପଡା ଜିଲ୍ଲା ଖଡିଆଳ ଥାନା ବରଗାଁର ବୋଲି ଜଣାପଡିଛି । ତେବେ ଅବକାରୀ ବିଭାଗ କେଶ ନମ୍ବର ୧୦୨/୨୨ ଆଧାରରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛନ୍ତି ଖଡିଆଳ ଅବକାରୀ ଅଧିକାରୀ ।

Leave A Reply

Your email address will not be published.