oom

ବିଜେପିର ବିସ୍ତାରକ ପ୍ରଶିକ୍ଷଣ ଶିବିର

jsmm

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ସ୍ଥିତ ବିଜୁ କଲ୍ୟାଣ ମଣ୍ଡପଠାରେ ଆଜି ବିଜେପିର ନର୍ଲା ନିର୍ବାଚନ ମଣ୍ଡଳୀସ୍ତରୀୟ ବିସ୍ତାରକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେଇଯାଇଛି । ମ.ରାମପୁର ମଣ୍ଡପ ସଭାପତି ପ୍ରତାପ ଚନ୍ଦ୍ର ରଣାଙ୍କ ସଭାପତିତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତାରାଣୀ ସାହୁ, ବିଜେପି ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତି, ଜିଲ୍ଲା ଉପସଭାପତି ପ୍ରଶାନ୍ତ କୁମାର ସାହୁ, ଜିଲ୍ଲା ଉପସଭାପତି ଅନିରୁଦ୍ଧ ପ୍ରଧାନ ମଞ୍ଚାସୀନ ରହି ବିସ୍ତାରକମାନଙ୍କୁ ଆଗାମୀ ତ୍ରିସ୍ତରୀୟ ନିର୍ବାଚନରେ ନିଜ ଦଳର ଲକ୍ଷ, ଆଭିମୁଖ୍ୟ ତଥା ବିଭିନ୍ନ ଯୁଗାନ୍ତକାରୀ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବିଜେପି ନେତା ପଦ୍ମଲୋଚନ ମିଶ୍ର, ଖୁସିରାମ ସାହୁ, ପ୍ରଦୀପ କୁମାର ନାଏକ, ବିଷ୍ଣୁ ବଡ଼ପଣ୍ଡା, ଦୟାନିଧି ସାହୁ, ପ୍ରଶାନ୍ତ ତ୍ରିପାଠୀ, ମଳୟ କୁମାର ତ୍ରିପାଠୀ, ଧୋବା ପନ୍ଦର, ଦିବାକର ବାଗଙ୍କ ସମେତ ସମସ୍ତ ଜିଲ୍ଲା ପରିଷଦ ସଭ୍ୟା/ସଭ୍ୟ ଏବଂ ମଣ୍ଡଳ ସଭାପତି ଉପସ୍ଥିତ ରହିଥିଲେ ।

jittmm
Leave A Reply

Your email address will not be published.