pakka

ପକ୍ଷାଘାତ ରୋଗରେ ପୀଡିତ ଦିବ୍ୟାଙ୍ଗ ପାଇଲେ ଟ୍ରାଇ ସାଇକେଲ

bbehera

କଳାହାଣ୍ଡି, (ପି. କେ. ସାହୁ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ରିସିଗାଁ ପଞ୍ଚାୟତ ଗଣ୍ଡବାନ୍ଦୋପଳା ଗାଁର ଭିକ୍ଷା ନାଏକ ଗତ କିଛିବର୍ଷ ହେଲା ପକ୍ଷାଘାତ ରୋଗରେ ପୀଡିତ ହୋଇଥିଲେ । ତାଙ୍କର ଏହି ସମସ୍ୟା ପାଇଁ ସେ ନାଁ କୁଆଡେ ଯାଇ ପାରୁଛନ୍ତି ନାଁ ଠିକ୍‌ ସେ ଘରେ ରହିପାରୁଛନ୍ତି । ଏହି ସମସ୍ୟା ଦୀର୍ଘ ବର୍ଷଧରୀ ରହିଥିବାରୁ ସେ ଅନେକ ସମସ୍ୟା ଦେଇ ଗତି କରୁଥିବା କହିଛନ୍ତି । ଏହି ସମସ୍ୟା ପାଇଁ ଓ ବାହାରେ ଟିକେ ବୁଲାବୁଲି କରିବା ସହିତ ଅନ୍ୟ ସବୁ କାର୍ଯ୍ୟ ପାଇଁ ଏକ ହୁଇଲଚେୟାର ପ୍ରଦାନ କରିବାକୁ ବିଭାଗୀୟ ଅଧିକାରୀ ଓ ନିର୍ବାଚିତ ପ୍ରତିନିଧିମାନଙ୍କୁ ନେହୁରା ହୋଇଥିଲେ ଅଧିକାରୀମାନେ ତାଙ୍କୁ ଟ୍ରାଇ ସାଇକେଲ ଦେବାକୁ ପ୍ରତିଶୃତି ଦେଇଥିଲେ । କିନ୍ତୁ କେବେ ମିଳିନଥିଲା । ଶେଷରେ ହତାଶ ହୋଇ ଭାଗ୍ୟକୁ ଆଦରି ରହିଥିଲେ । ଏହି ସମସ୍ୟା ବିଷୟରେ କିଛିଦିନ ତଳେ ସମାଜସେବୀ ରାଜେଶ ଗୌଡ଼ ଖବର ପାଇ ସମାଜସେବୀ ଯଶୋବନ୍ତ ରଣାଙ୍କୁ ଜଣାଇଥିଲେ । ଦୁହେଁ ମିଶି ଜିଲ୍ଲା ଭିନ୍ନକ୍ଷମ ଓ ସଶକ୍ତିକରଣ ବିଭାଗକୁ ଯାଇ ସମସ୍ତ ଡକୁମେଣ୍ଟ ଦେଇ ଭିକ୍ଷା ନାଏକଙ୍କ ପାଇଁ ଏକ ଟ୍ରାଇ ସାଇକେଲର ବ୍ୟବସ୍ଥା କରିଥିଲେ । ଦୁହେଁ ନିଜସ୍ୱ ଖର୍ଚ୍ଚରେ ଏକ ଅଟୋ ଭଡା କରି ଭିକ୍ଷା ନାଏକଙ୍କ ଘରକୁ ନେଇ ଟ୍ରାଇ ସାଇକଲ ପ୍ରଦାନ କରିଥିଲେ । ଟ୍ରାଇ ସାଇକେଲ ପାଇଁ ଭିକ୍ଷା ନାଏକ ବହୁତ ଖୁସି ହୋଇଥିଲେ ଓ ସମାଜସେବୀ ରାଜେଶ ଗୌଡ଼ ଓ ଯଶୋବନ୍ତ ରଣାଙ୍କୁ ଧନ୍ୟବାଦ ଜଣାଇଥିଲେ ।

Leave A Reply

Your email address will not be published.

18 − 2 =