oom

୧୦ମ ଗିରିଗୋବର୍ଦ୍ଧନ ଫୁଟ୍‌ବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

jsmm

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ବ୍ଲକ ଗୋଇମୁଣ୍ଡ ପଞ୍ଚାୟତର ଝିଙ୍କିଡୁଙ୍ଗୁରି ଗ୍ରାମରେ ଗିରିଗୋବର୍ଦ୍ଧନ କ୍ଳବ ଆନୁକୂଲ୍ୟରେ ୧୦ମ ଗିରିଗୋବର୍ଦ୍ଧନ ଫୁଟ୍‌ବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ସରପଞ୍ଚ ପ୍ରତିନିଧି କଶ୍ୟପ ସରାଫ, ସମ୍ମାନିତ ଅତିଥି ଭାବେ ପୂର୍ବତନ ସରପଞ୍ଚ ତପି ସାହୁ, ରାଜେନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟନ କରିବା ସହ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରଥମ ରାଉଣ୍ଡରେ କୁରସୁଢ଼ ଏବଂ ବଡ଼ମୂଲା ଦଳ ମଧ୍ୟରେ ଫୁଟ୍‌ବଲ ଖେଳ ଅନୁଷ୍ଠିତ ହୋଇଥିଲା ।କୁରସୁଢ଼ ଦଳ ୨ ଗୋଲ ସ୍କୋର କରି ବଡ଼ମୁଲାକୁ ପରାସ୍ତ କରି ବିଜୟୀ ହୋଇଥିଲା । ୨ୟ ରାଉଣ୍ଡରେ ତେତେଲପଡା ଏବଂ ଝିଙ୍କିଡୁଙ୍ଗୁରି ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ତେତେଲପଡା ଦଳ ୧ ଗୋଲ ସ୍କୋର କରି ଝିଙ୍କିଡୁଙ୍ଗୁରି ଦଳକୁ ପରାସ୍ତ କରିଥିଲା । ଅଲ୍‌ ଓଡିଶା ଅମ୍ପାୟାର ଦୁଷ୍ମନ୍ତ ସାହୁ, ଦୁଷ୍ମନ୍ତ ବେହେରା, ବୁଲୁ ମାଝୀ ଖେଳ ପରିଚାଳନା କରିଥିଲେ । ନାରାୟଣ ସାହୁ ଧାରା ବିବରଣୀ ପ୍ରଦାନ କରିଥିଲେ । ଟୁର୍ଣ୍ଣାମେଣ୍ଟ ଆୟୋଜନ କମିଟିର ସଭାପତି ମୁନସିରାମ ସାହୁ, ଉପସଭାପତି ପାର୍ଥବ ସାହୁ, ସମ୍ପାଦକ ସନ୍ତୋଷ ସାହୁ, ଧନେଶ୍ୱର ଭୋଇ, କୋଷାଧ୍ୟକ୍ଷ ସୁରେନ୍ଦ୍ର ସାହୁ, ପିତାମ୍ବର ସାହୁ, କୈଳାସ ସାହୁ, ଅର୍ଜ୍ଜୁନ ସାହୁ, ଦିଗାମ୍ବର ଭୋଇ, ସାମନ୍ତ ଭୋଇ, ନରେଶ ସାହୁ, ପ୍ରସନ୍ନ ସାହୁ, ସାମନ୍ତ ସାହୁ, ମଣି ସାହୁ ପ୍ରମୁଖଙ୍କ ସହ କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.