csstore

ଗୋଣ୍ଡୱାନା ଗୋଣ୍ଡ ମହାସଭା ଅନୁଷ୍ଠିତ : ସାମିଲ ହେଲେ ୫୫ ପରିବାର

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭା ଆଗଲପୁର ମଣ୍ଡଳ ନଅଗାଁ ସର୍କଲ ତରଫରୁ ସାମାଜିକ ସ୍ରୋତରୁ ଓହରି ଯାଇଥିବା ୫୫ଟି ପରିବାରକୁ ଗୋଣ୍ଡୱାନା ଗୋଣ୍ଡ ମହାସଭାରେ ସାମିଲ କରାଗଲା । ଉକ୍ତ ସଭାରେ ନଅଗାଁ ସର୍କଲ ସଭାପତି ନୀଳକଣ୍ଠ ପୁଟାଙ୍କ ସଭପତିତ୍ୱରେ ଆଗେଲପୁର ମଣ୍ଡଳ ସଭାପତି ଭୁବନେଶ୍ୱର ଧରୁଆଙ୍କ ନେତ୍ରୁତ୍ୱରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ମିଶ୍ରଣ ପର୍ବରେ ରାଜ୍ୟ ଉପସଭାପତି ବିନୋଦ ବିହାରି ମଲ୍ଲିକ, ଲୋଇସିଂହା ମଣ୍ଡଳ ସଭାପତି ଦଶରଥ ଛତ୍ରିଆ, ଜିଲ୍ଲା ସଭ୍ୟ କେଶରୀ କୁଅଁର, ପ୍ରୀତି ଚନ୍ଦ୍ର ରାଏ, ଆଗଲପୁର ମଣ୍ଡଳ ଉପସଭାପତି ରାଜକୁମାର ଭୋଇ, ଗୋଣ୍ଡୱାନା ଛାତ୍ର ସଂଗଠନ ବଲାଙ୍ଗିର ସଭାପତି ଲଳିତ ମୋହନ ପୁଟା, ଚନ୍ଦ୍ରଶେଖର କୁଅଁର, ସଞୟ କଏଣ୍ଡା, ରୁକ୍ମଣ ଧରୁଆ, ଦିଲିପ କୁଅଁର, ଯୁବରାଜ ଗଡତ୍ୟା ତଥା ସମାଜର ଅନେକ ବ୍ୟକ୍ତି ଉକ୍ତ ମିଶ୍ରଣ ପର୍ବରେ ଉପସ୍ଥିତ ଥିଲେ । ଆଗକୁ ଗୋଣ୍ଡୱାନା ଗୋଣ୍ଡ ମହାସଭା ବଲାଙ୍ଗିରର ରୀତି ନୀତି ସଂସ୍କୃତିକୁ ମାନି ଚଳିବୁ ବୋଲି ସମସ୍ତ ପରିବାର ରାଜି ହୋଇଥିଲେ । ଆଗକୁ ଆହୁରି ଅନେକ ପରିବାର ଏହି ସଭାରେ ସାମିଲ କରିବା ପାଇଁ ମତପ୍ରକାଶ ପାଇଥିଲା । ପରିଶେଷରେ ସତ୍ୟମ ଦଳପତି ଧନ୍ୟବାଦ ଅର୍ପଣ କରି ସଭା ସମାପ୍ତ କରିଥିଲେ ।

jayashree
Leave A Reply

Your email address will not be published.