oom

ପାଟଣାଗଡ଼ ଉପଖଣ୍ଡ ଡ଼ାକ୍ତରଖାନାରେ କାର୍ଯ୍ୟରତ ବିଶେଷଜ୍ଞ ଡାକ୍ତର ଅନୁପସ୍ଥିତ : ପ୍ରଶାସନ ସହିତ ଆଲୋଚନା ବିଫଳ ହେବା ପରେ ଜନମଞ୍ଚ ପକ୍ଷରୁ ସିଡିଏମଓ ଅଫିସ ତାଳା ମାରିବା ସହ ଅଫିସ ସମ୍ମୁଖରେ ଧାରଣା

jsmm
  • ଡାକ୍ତରଙ୍କ ପ୍ରତିଶ୍ରୁତି ପରେ ଧାରଣାରୁ ପ୍ରତ୍ୟାହୃତ
    ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଡ଼ାକ୍ତରଖାନାରେ କାର୍ଯ୍ୟରତ ତିନି ଶିଶୁ ବିଶେଷଜ୍ଞ ଗାଏନିକ୍ ଡାକ୍ତର ନିୟମିତ କାର୍ଯ୍ୟରେ ଯୋଗଦେଉ ନ ଥିବା ପ୍ରତିବାଦରେ ଆଜି ପାଟଣାଗଡ଼ ଜନମଞ୍ଚ ପକ୍ଷରୁ ସିଡିଏମଓ ଅଫିସରେ ତାଳା ମାରିବା ସହ ଅଫିସ ସମ୍ମୁଖରେ ଧାରଣା ଦିଆଯାଇଛି । ସୁଚନା ଅନୁସାରେ ପାଟଣାଗଡ଼ ଡାକ୍ତର ଖାନାରେ ପ୍ରାୟ ତିନି ଦିନ ଧରି ସ୍ତ୍ରୀ ଓ ପ୍ରସୂତି ବିଭାଗର ତିନି ବିଶେଷଜ୍ଞ ଡାକ୍ତର ଅନୁପସ୍ଥିତି ରହିବା ଫଳରେ ଗର୍ଭବତୀ, ପ୍ରସୂତି ପାଇଁ ଆସୁଥିବା ରୋଗୀମାନ ସେବା ନପାଇ ଘୋର ଅସୁବିଧାର ସମ୍ମୁଖୀନ ହେଉଥିବା ସହ ଜିଲ୍ଲା ମୁଖ୍ୟ ଡାକ୍ତର ଖାନା ଉପରେ ନିର୍ଭର କରି ଖର୍ଚ୍ଚାନ୍ତରେ ପଡୁଥିଲେ । ଏହି ସମସ୍ୟାର ସମାଧାନ ପାଇଁ ଜନମଞ୍ଚ ପକ୍ଷରୁ ପାଟଣାଗଡ଼ ଉପଜିଲ୍ଲାପାଳ ଓ ଏସଡିପିଓଙ୍କ ସହ ଆଲୋଚନା କରାଯାଇ ଡାକ୍ତରଙ୍କ ଅନୁପସ୍ଥିତ ଥିବା ଅବଗତ କରାଇଥିଲା । ହେଲେ ସମସ୍ୟାର ସମାଧାନ ନହେବାରୁ କାର୍ଯ୍ୟରତ ସ୍ତ୍ରୀ ଓ ପ୍ରସୂତି ବିଭାଗ ବିଶେଷଜ୍ଞ ଡାକ୍ତର କାର୍ଯ୍ୟରେ ଯୋଗଦେବା ଓ ଡେପୁଟେସନ ବନ୍ଦ କରିବା ଦାବୀରେ ଆଜି ଜନମଞ୍ଚ ପକ୍ଷରୁ ସଭାପତି ନୀଳମାଧବ ପାଣିଗ୍ରାହୀଙ୍କ ନେତୃତ୍ୱରେ, କାର୍ଯ୍ୟକାରୀ ସଭାପତି ଡିଙ୍ଗର କୁମ୍ଭାର, ସାଧାରଣ ସମ୍ପାଦକ ସୁଶିଳ ନାୟକ, ଅମର ରାଓ ପ୍ରମୁଖ ସିଡିଏମଓ ଅଫିସରେ ତାଳା ମାରିବା ସହ ଅଫିସ ସମ୍ମୁଖରେ ଧାରଣା ଦେଇଥିଲେ । ଡାକ୍ତର ଖାନାରେ କାର୍ଯ୍ୟରତ ଥିବା ସ୍ତ୍ରୀ ଓ ପ୍ରସୂତି ବିଭାଗର ବିଶେଷଜ୍ଞ ତିନି ଦିନ ଧରି ଅନୁପସ୍ଥିତ ଥିବାରୁ ରୋଗୀ ସେବା ବିପର୍ଯ୍ୟସ୍ତ ହୋଇପଡିଛି । ପାଟଣାଗଡ଼ ଡ଼ାକ୍ତରଖାନାରେ କାର୍ଯ୍ୟରତ ବିଶେଷଜ୍ଞଙ୍କ ଛୁଟି ଓ ଡେପୁଟେସନ ବନ୍ଦ କରିବା ସହ ୨୪ ଘଣ୍ଟା ରୋଗୀ ସେବା ଯୋଗାଇଦେବାକୁ ଦାବୀ କରାଯାଇଥିବା ବେଳେ ଭାରପ୍ରାପ୍ତ ଏସଡିପିଓ ପୀତବାସ ସା ଧାରଣା ସ୍ଥଳରେ ପହଞ୍ଚି ଆଲୋଚନା କରିଥିଲେ ମଧ୍ୟ ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ଧାରଣା ଦେବୁ ବୋଲି ଜନମଞ୍ଚ ପକ୍ଷରୁ ଦାବୀ କରାଯାଇଥିଲା । ପରେ ସିଡିଏମଓଙ୍କ ନିର୍ଦ୍ଦେଶ କ୍ରମେ ଡେପୁଟେସନରେ ଥିବା ଡ଼ ଦିଲିପ ସାହୁ ପହଞ୍ଚି ଆଲୋଚନା କରିଥିଲେ । ଡ଼ ଶ୍ରୀ ସାହୁ ଡାକ୍ତର ଯୋଗଦେବି ବୋଲି ପ୍ରତିଶ୍ରୁତି ଦେଇଥିବାରୁ ଧାରଣା ଓହରିଥିଲା ଜନମଞ୍ଚ । ଏନେଇ ଭାରପ୍ରାପ୍ତ ଏସଡିପିଓ ପୀତବାସ ସାଙ୍କୁ ପଚାରିବାରୁ ବିଭାଗର ଡ଼ ପିକେ ମହାନ୍ତି ତାଙ୍କ ବାପାଙ୍କ ସ୍ଵାସ୍ଥ୍ୟଗତ ସମସ୍ୟା ଯୋଗୁଁ ଛୁଟି ଯାଇଥିବା ବେଳେ ଡ଼ ଶ୍ଵେତା ଶତପଥୀ ମଧ୍ୟ ତାଙ୍କର ସ୍ଵାସ୍ଥ୍ୟଗତ କାରଣ ଯୋଗୁ ଚିକିତ୍ସା ପାଇଁ ଛୁଟିରେ ବାହରକୁ ଯାଇଛନ୍ତି । ସେମାନେ ଶୀଘ୍ର କାର୍ଯ୍ୟରେ ଯୋଗ ଦେବ ଏବଂ ରୋଗୀସେବା ଅବ୍ୟାହତ ରହିବ ବୋଲି କହିଛନ୍ତି ।
jittmm
Leave A Reply

Your email address will not be published.