କଂଟାବାଂଜି, (ମନିଷ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଜୁରାବନ୍ଦ ଗ୍ରାମରେ ଗତ ୨୦/୧୨/୨୦୨୧ରୁ ଆରମ୍ଭ ହୋଇଥିବା ମା’ ବସ୍ତ୍ରେନ ଫୁଟ୍ବଲ୍ ଟୁର୍ଣ୍ଣାମେଂଟର ଉଦ୍ଯାପନି ଗତକାଲି ଅନୁଷ୍ଠିତ ହୋଇଯାଇଛି । ଗତ ୭ବର୍ଷ ଧରି ଏହି ଫୁଟବଲ ଟୁର୍ଣ୍ଣାମେଂଟ ନେହେରୁ ଯୁବକ ସଂଘ (ବଲାଙ୍ଗିର)ଙ୍କ ସହଭାଗିତାରେ କପିଲେଶ୍ୱର ଯୁବକ ସଂଘ ଓ ଇଲେଭେନ ଷ୍ଟାର ସ୍ପୋଟର୍ସ ଆସୋସିଏସନ୍ ଜୁରାବନ୍ଧର ମିଳିତ ଉଦ୍ୟମରେ ଅନୁଷ୍ଠିତ ହୋଇଥିଲା । ଗତ ୨୨/୧୨/୨୦୨୧ ପ୍ରଥମ ସେମିଫାଇନାଲ ତେନ୍ତୁଲିମୁଣ୍ଡା ଓ ମଧ୍ୟପୁର ମଧ୍ୟରେ ଅନୁଷ୍ଠିତ ହୋଇ ତେନ୍ତୁଲିମୁଣ୍ଡା ବିଜୟୀ ହୋଇଥିଲା ସେହିପରି ୨୫/୧୨/୨୦୨୧ର ଦ୍ୱିତୀୟ ସେମିଫାଇନାଲ ଜୁରାବନ୍ଧ ଓ ବଡଗମଡା ମଧ୍ୟରେ ଅନୁଷ୍ଠିତ ହୋଇ ଯୁରାବନ୍ଧ ବିଜୟୀ ହୋଇଥିଲା । ଗତକାଲିର ଫାଇନାଲ ମ୍ୟାଚ ଯୁରାବନ୍ଧ ଓ ତେନ୍ତୁଲିମୁଣ୍ଡା ମଧ୍ୟରେ ଅନୁଷ୍ଠିତ ହୋଇ ଯୁରାବନ୍ଧ ତେନ୍ତୁଲିମୁଣ୍ଡାକୁ ୪-୦ ଗୋଲରେ ଫରାସ୍ତ କରି ବିଜୟୀ ହୋଇଛି । ଫାଇନାଲ ଦିନର ମ୍ୟାଚରେ ସ୍ଥାନୀୟ ବିଧାୟକ ସନ୍ତୋଷ ସିଂ ସାଲୁଜା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜୟୀ ଦଳ ଯୁରାବନ୍ଧକୁ ନଗଦ ୧୦ହଜାର ଟଙ୍କା ସହ ଟ୍ରଫି ଓ ରନର ଦଳକୁ ନଗଦ ୭ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରିଛନ୍ତି । ଏହା ବ୍ୟତିତ ବିଭିନ୍ନ ପୁରସ୍କାର ମଧ୍ୟରେ ବେଷ୍ଟ ଗୋଲ ଗିପିର, ବେଷ୍ଟ ଡିଫେନ୍ସ, ବେଷ୍ଟ ସ୍କୋରର, ମ୍ୟାନ ଅଫ୍ ଦି ମ୍ୟାଚ୍ ଭଳି ପୁରସ୍କାର ସହ ଟ୍ରଫି ପ୍ରଦାନ କରାଯାଇଛି । ଏହି ଟୁର୍ଣ୍ଣାମେଂଟ ଅବସରରେ ଭଲିବଲ, ୪୦୦ ମିଟର, ୨୦୦ମିରଟ, ୧୦୦ ମିଟର ରନ ପ୍ରତିଯୋଗିତାର ସଫଳ ପ୍ରତିଯୋଗୀମାନଙ୍କୁ ମଧ୍ୟ ନଗଦ ରାଶି ସହ ଟ୍ରଫି ପ୍ରଦାନ କରାଯାଇଛି । ଏହି ଅବସରରେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ବଙ୍ଗୋମୁଣ୍ଡା ବ୍ଲକ ଉପାଧ୍ୟକ୍ଷ ମାମରାଜ ଜୈନ, ଭାଲୁମୁଣ୍ଡା ସରପଂଚ ଉପେନ୍ଦ୍ର ମେହେର, କମିଟି ଆୟୋଜକ ସଭାପତି ଚନ୍ଦ୍ରମଣି ସଗରିଆ, ଲିଙ୍ଗରାଜ ପୋଢ, ସରପଂଚ ପ୍ରତିନିଧି ସର୍ଦ୍ଧାକର ପୁଟେଲ, ସଂଜୟ ସଗରିଆ, ବାସୁ ମିର୍ଦ୍ଧା, ରୁଦ୍ର ପ୍ରସାଦ ଖମାରି ମଂଚାସୀନ ଥିଲେ । ଏହି ଟୁର୍ଣ୍ଣାମେଂଟକୁ ଦୁଶ୍ମନ୍ତ ସାହୁ, ବୁଲୁ ବେହେରା ଓ ଦୁଶ୍ମନ୍ତ ମାଝିଙ୍କ ଦ୍ୱାରା ପରିଚାଳିତ ହୋଇଥିଲା । ଟୁର୍ଣ୍ଣାମେଂଟର ସଫଳତାରେ ଦୟାନିଧି ବଛା, ଦିନ ବାଗ, ଲିଙ୍ଗରାଜ ବଛା, ଟିଶୁ ବଛା ସହ ଅଭୟ ବାଗ ସହ ଗ୍ରାମବାସୀ ସଂପୂର୍ଣ୍ଣ ସହଯୋଗ କରଥିଲେ ।