ୟୁଥ୍ ଫର୍ ଭିଲେଜ ପକ୍ଷରୁ ଉପେନ୍ଦ୍ର ସ୍ମାରକୀ ରକ୍ତଦାନ ଶିବିର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଅଞ୍ଚଳର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ୟୁଥ୍ ଫର୍ ଭିଲେଜ୍ ପକ୍ଷରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୋଇରାସି ପଞ୍ଚାୟତ ଛୋଟାବସା ନିକଟସ୍ଥ ନୀଳକଣ୍ଠେଶ୍ୱର୍ ଶିକ୍ଷା କେନ୍ଦ୍ର ପରିସରରେ ସଦସ୍ୟ ସ୍ବର୍ଗତ ଉପେନ୍ଦ୍ର କୁମାର ରେଡ୍ଡୀଙ୍କ ସ୍ମୃତିରେ ଉପେନ୍ଦ୍ର ସ୍ମାରକୀ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ରକ୍ତର ଅଭାବକୁ ଦୂର କରିବା ପାଇଁ ଗ୍ରାମାଞ୍ଚଳରେ ତୃଣମୂଳ ସ୍ତରରେ ରକ୍ତଦାନ ନିମନ୍ତେ ସଚେତନ ସୃଷ୍ଟି କରିବା ଉଦ୍ଧେଶ୍ୟରେ ଅନୁଷ୍ଠାନ ପକ୍ଷରୁ ସଦସ୍ୟମାନଙ୍କ ଦ୍ୱାରା ପ୍ରତ୍ୟେକ ବର୍ଷ ରକ୍ତଦାନ ଶିବିର ଆୟୋଜନ କରାଯାଉଛି । ୟୁଥ କ୍ଳବ ପ୍ରତିଷ୍ଠାତା ଡି.ଦେବହରି ରେଡିଙ୍କ ତତ୍ୱାବଧାନରେ ଆୟୋଜିତ ରକ୍ତଦାନ ଶିବିରରେ ଗଞ୍ଜାମ ପ୍ରେସ କ୍ଳବ୍ ଉପଦେଷ୍ଠା ଉମାକାନ୍ତ ବେହେରାଙ୍କ ସଭାପତିତ୍ୱରେ ଉଦ୍‌ଘାଟନୀ ଉତ୍ସବରେ ନେହରୁ ଯୁବ କେନ୍ଦ୍ର ଗଞ୍ଜାମ ଜିଲ୍ଲା ଯୁବ ସଂଯୋଜକ ଅକ୍ଷୟ ଭାସ୍କର ନିପାଣେ, ଅବସରପ୍ରାପ୍ତ ହିସାବ ରକ୍ଷକ ସୁଦାମ ଚରଣ ସାବତ, ସି.ଆର୍.ସି.ସି ପ୍ରକାଶ ଚନ୍ଦ୍ର ବେହେରା, ଏମ୍‌କେସିଜି ରକ୍ତ ଭଣ୍ଡାର କ୍ୟାମ୍ପ ଟିମ୍‌ ମୁଖ୍ୟ ସୁଶାନ୍ତ କୁମାର ପାଣିଗ୍ରାହି, ମଙ୍ଗୁଲୁ ପ୍ରଧାନ ପ୍ରମୁଖ ମଞ୍ଚାସିନ ହୋଇ ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହ ଅନୁଷ୍ଠାନକୁ ଉଚ୍ଚ ପ୍ରଂଶସା କରିଥିଲେ । ମହାରାଜ କୃଷ୍ଣ ଚନ୍ଦ୍ର ମେଡିକାଲ କଲେଜ ରକ୍ତ ଭଣ୍ଡାର ଦ୍ଵାରା ମୋଟ ୪୮ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଏହି ଶିବିରରେ ଏସ୍ ଧାର୍ମା ରେଡ଼ି ପ୍ରଥମେ ରକ୍ତଦାନ କରି ଅନ୍ୟମାନଙ୍କୁ ଉତ୍ସାହିତ କରିଥିଲେ । ଏନ୍ ତ୍ରିପତି ରେଡ୍ଡୀ, ସୁରେନ୍ଦ୍ର ଗୌଡ, ଡି ବୀରେନ ପ୍ରଧାନ, ବି ଦିଲୀପ ରେଡ଼ି, ରବୀନ୍ଦ୍ର ପ୍ରଧାନ, ପବିତ୍ର ପ୍ରଧାନ, ଟୁକୁନା ପ୍ରଧାନ, ସିଲୁ ସେଠୀ, ଶିବରାମ ସ୍ୱାଇଁ, ସନ୍ତୋଷ ସାହୁ, ପି ହରିକୃଷ୍ଣ ରେଡ଼ି, କେ ଜପେନ୍ଦ୍ର କୁମାର ରେଡ଼ି, ରୂପକ ପ୍ରଧାନ, ରଞ୍ଜନ ମହାରଣା, ଜିତୁ ପଲେଇ, ଆର୍ ହେମନ୍ତ ରେଡ଼ି, ଡି ପବିତ୍ର ରେଡ଼ି, ମିଥୁନ ପ୍ରଧାନ, ବି ହରିକୃଷ୍ଣ ରେଡ଼ି, ସରୋଜ ସ୍ବାଇଁ, ନୀଳାଞ୍ଚଳ ସେଠୀ, ତାପସ ରଂଜନ ପ୍ରଧାନ, ଆଦର୍ଶ ପ୍ରଧାନ, ପି ଡିଲେଶ ପ୍ରଧାନ, ସଞ୍ଜୟ ବେହେରା, ପି ପ୍ରକାଶଚନ୍ଦ୍ର ପ୍ରଧାନ, ଫକିର ବାରିକ, ନାରାୟଣ ବେଜ୍, ପ୍ରଦୀପ ମହାପାତ୍ର, ୱାଈ ରବୀନ୍ଦ୍ର ରେଡ଼ି, ଜିତୁ ବେଜ, ପୂର୍ଣ୍ଣଚନ୍ଦ୍ର ବାରିକ, ଶ୍ରୀମତୀ ସିଲୁ ପ୍ରଧାନ, ନିରାକାର ମହାରଣା, ଅର୍ଚ୍ଚନା ଗୌଡ, ପ୍ରଦୀପ ବେଜ, ଦଣ୍ଡପାଣି ସେଠୀ, ଏ ଦଇତାରୀ ରେଡ଼ି, ମହେନ୍ଦ୍ର ଗୌଡ, ଡି ଅମିତ୍ ପାତ୍ର, କାମେଶ୍ୱର୍ ବାରିକ, ଆର୍ ଦୁର୍ଯ୍ୟୋଧନ ରେଡ଼ି, ରବୀନ୍ଦ୍ର ଗୌଡ, କୈଳାସ ସେଠୀ, ସନିଆ ସାସମଲ୍, ଗଣେଶ ମହାରଣା, ଦୀପକ ସାହୁ ପ୍ରମୁଖ ରକ୍ତଦାନ କରିଥିଲେ । ଦେବହରି ରେଡ଼ି, ଦୀପକ ସାହୁ, କୈଳାସ ସେଠୀ, ଚୈତନ୍ୟ ରେଡ଼ି, କହ୍ନା ଗୌଡ, ବି ଦେବାଶିଷ ରେଡ଼ି, ଅନିଲ ସେଠୀ, ଦୀପକ ଗୌଡ, ରବୀନ୍ଦ୍ର ଗୌଡ, ସୁନିଲ ସେଠୀ, ସୁରେନ୍ଦ୍ର ଗୌଡ, ଜିତୁ ସାହୁ, ବାବୁ ନାହାକ, ୟୁ ସୁଶାନ୍ତ ରେଡ଼ି, ଆର୍ ମିଟୁ ରେଡ଼ି, ନିରାକାର, ସିମାଞ୍ଚଳ ମହାପାତ୍ର, ଆର୍ ଗଣେଶ ରେଡ଼ି, ନୀଳାଚଳ ସେଠୀ, ମିଟୁ ମହାପାତ୍ର, ସ୍ଵାଧୀନ ବେଯ, ପ୍ରଶାନ୍ତ ମହାପାତ୍ର, ଡି ପବିତ୍ର ରେଡ଼ିଙ୍କ ସମେତ ୟୁଥ୍ ଫର୍ ଭିଲେଜର ସମସ୍ତ ସଦସ୍ୟ ଶିବିର ପରିଚାଳନା କରିଥିଲେ ।

Leave A Reply

Your email address will not be published.