jsm

ଷାଠିଏ ହଜାର ଟଙ୍କା ଓ ଚାରି ବାଇକ ସମେତ ଜୁଆ ଆଡ୍ଡାରୁ ୬ ଯୁଆଡି ଗିରଫ

csstore

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରମ୍ଭା ଅଞ୍ଚଳରେ ଜୁଆ ଆଡ୍ଡା ଚାଲିଥିବା ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା । ଜୁଆ ଆଡ୍ଡା ଚାଲିଥିବା ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ରମ୍ଭା ଥାନା ଅନ୍ତର୍ଗତ ପାନ୍ଥନିବାସ ସ୍ଥିତ ଜେଟି ଘର ପାଖରେ ଚାଲିଥିବା ଜୁଆ ଆଡ୍ଡା ଉପରେ ସୋମବାର ରମ୍ଭା ପୋଲିସ ଚଢ଼ାଉ କରି ଷାଠିଏ ହଜାର ଟଙ୍କା, ୫ଟି ମୋବାଇଲ, ୪ଟି ବାଇକ ଜବତ କରିଛି । ଏଥିସହ ଜୁଆ ଆଡାରୁ ୬ ଜଣକୁ ଗିରଫ କରାଯାଇଥିବା ରମ୍ଭା ଥାନା ପୋଲିସ ପକ୍ଷରୁ କୁହାଯାଇଛି । ଏସ୍‌ଆଇ ବିକାଶ କୁମାର ସାମଲଙ୍କ ନେତୃତ୍ୱରେ ବିମଳ କୁମାର କହ୍ନର, ରୂପକ ପଲେଇ, ଲୋକନାଥ ପାତ୍ର ପ୍ରଭାତ ନାହାକ ପ୍ରମୁଖ ଚଢ଼ାଉରେ ସାମିଲ ହୋଇଥିଲେ ।

yuvodaya
Leave A Reply

Your email address will not be published.