oom

ଜଳବାୟୁ ପରିବର୍ତ୍ତନ ସହଣୀ ବିହନ ଓ ଖାଦ୍ୟ ଜୈବ ବିବିଧତା ପ୍ରଦର୍ଶନୀ

jsmm

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତ ଭାଲୁପିଆ ବୁଢ଼ୀମୁଣ୍ଡାଠାରେ ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ସୋସାଇଟି ପକ୍ଷରୁ ଜଳବାୟୁ ପରିବର୍ତ୍ତନ ସହଣୀ ବିହନ ଓ ଖାଦ୍ୟ ଜୈବ ବିବିଧତା ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ, ଗଜବାହଲ ପଞ୍ଚାୟତ ସରପଞ୍ଚ ପୂଜା ସାହୁ, ଗ୍ରାମକୃଷି କର୍ମୀ ପିତାମ୍ବର ମାଝୀ, ସାମାଜିକ କର୍ମୀ ଦେବେନ୍ଦ୍ର ମହାଲିଙ୍ଗ, ଭାଲୁପିଆ ଗ୍ରାମ୍ୟ ଉନ୍ନୟନ ସମିତି ସଭାନେତ୍ରୀ ଭାନୁମତି ପ୍ରଧାନ ବରିଷ୍ଠ ଚାଷୀ ଶ୍ରୀପତି ଭୋଇ, ଗୌରୀଶଙ୍କର ପାତ୍ର, ଜଗନ୍ନାଥ ଭୋଇ, ଅମ୍ବୁବତୀ ପୁଟେଲ, ଜୟନ୍ତି ଭୋଇ, ଅରୁଣା ପାତ୍ର, ହେମସାଗର ମାଝୀ, ସାମ୍ବାଦିକ ସତ୍ୟ କୁମାର ଆୟୋଜକ ସଂସ୍ଥା କର୍ମୀ ଜଗଦୀଶ ପ୍ରସାଦ ରଣା, ପ୍ରଦୀପ କୁମାର ସାହୁ ପ୍ରମୁଖ ଯୋଗଦେଇ ପାରମ୍ପରିକ ଖାଦ୍ୟ ଓ ବିହନ ସୁରକ୍ଷା ତଥା ଜଳବାୟୁ ପରିବର୍ତ୍ତନ ସହଣୀ ଚାଷ ବିଷୟରେ ଆଲୋଚନା କରିଥିଲେ । ସଫଳ ଚାଷୀମାନଙ୍କୁ ମାନ ପତ୍ର ପ୍ରଦାନ କରାଯାଇଥିଲା । ଏଥିରେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ପାରମ୍ପରିକ ଖାଦ୍ୟ, ବିହନ ପଦର୍ଶନ କରାଯାଇଥିଲା । ସୁଦେସ୍ନ ରାଣୀ ଏସ୍‌ଏଚ୍‌ଜି ତରଫରୁ ର୍ସ୍ୟୂକାନ୍ତି ବନ୍‌ଛୋରଙ୍କ ଖାଦ୍ୟ ପ୍ରଦର୍ଶନୀ ଷ୍ଟଲ ପାଇଁ ବ୍ଲକ ସ୍ତରୀୟ ମେଳାରେ ପୁରସ୍କୃତ କରାଯିବାକୁ ଘୋଷଣା କରାଯାଇଥିଲା । କାର୍ଯ୍ୟକ୍ରମଟିକୁ ବୁଢ଼ୀମୁଣ୍ଡା ଗ୍ରାମବାସୀ ସହଯୋଗ କରିଥିଲେ । ସଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କ ମନ ମୋହିଥିଲା ।

jittmm
Leave A Reply

Your email address will not be published.