pakka

ୟୁଥ୍ ଏକ୍ସନ କମିଟି ତରଫରୁ ସଫେଇ ଅଭିଯାନ କାର୍ଯ୍ୟକ୍ରମ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଦିନ ୧୦ଟା ସମୟରେ ବାନିପାଲି ୟୁଥ୍ ଏକ୍ସନ୍‌ କମିଟିର ସଭାପତି ସୁରେନ୍ଦ୍ର ଭୋଇଙ୍କ ନେତୃତ୍ୱରେ ବାନିପାଲି ପଞ୍ଚାୟତ ଅନ୍ତର୍ଗତ ବିଅଁର ପାଲିଠାରେ ଏକ ସଫେଇ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଳକ୍ ଅନ୍ତର୍ଗତ ବାନିପାଲି ପଞ୍ଚାୟତର ବିଅଁରପାଲି ଠାରେ ଏକ ସଫେଇ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଗକୁ ମଧ୍ୟ ଏଭଳି କାର୍ଯ୍ୟକ୍ରମ ବିଭିନ୍ନ ପଞ୍ଚାୟତ, ଗ୍ରାମରେ କାର୍ଯ୍ୟକ୍ରମ କରାଯିବାର ନିଷ୍ପତ୍ତି ନିଆଯାଇଛି । ଆଜିର କାର୍ଯ୍ୟକ୍ରମକୁ ସଭାପତିତ୍ୱ କରିଥିଲେ ବଲାଙ୍ଗିର ୟୁଥ୍ ଏକ୍ସନ କମିଟିର ସଭାପତି ବିନୋଦ କାଲସାଏ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ଏକ୍ସନ କମିଟିର ଆବାହକ ଗୋପାଳଜୀ ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ ଉପସଭାପତି ମୁନା ପଟ୍ଟନାୟକ, ଉମେଶ ଗଡତ୍ୟା ଓ ସମ୍ପାଦକ ଗୋପାଳ ବିଶ୍ବାଳ, ଅକ୍ଷୟ ନାଏକ, ରୁଦ୍ର ପ୍ରଧାନ, ତୁଷାର ଦୀପ, ଜିତେନ୍ଦ୍ର ଛତ୍ରିଆ, ପ୍ରେମ କିଶୋର ସାହୁଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ । ଶେଷରେ ଦେବାନନ୍ଦ ନାଗ ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

2 × two =