ଚମାଖଣ୍ଡି ଥାନାରେ ନୂତନ ଭାବେ ସବଇନ୍ସପେକ୍ଟର ମାନସୀ ସାହୁଙ୍କ ଦାୟିତ୍ଵ ଗ୍ରହଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ପୋଲିସ ଜିଲ୍ଲା ଅଧିନସ୍ଥ ଚମାଖଣ୍ଡି ଥାନାରେ ନୂତନ ଭାବେ ସବଇନ୍ସପେକ୍ଟର ମାନସୀ ସାହୁ ଇତି ମଧ୍ୟରେ ଦାୟିତ୍ଵ ଗ୍ରହଣ କରିଛନ୍ତି । ସୁଶ୍ରୀ ମାନସୀ ସାହୁଙ୍କ ନିଜ ଗ୍ରାମ ବାଲେଶ୍ୱର ଜିଲ୍ଲାର ଭୋଗରାଇ ଗ୍ରାମରୁ ବାଲ୍ୟଶିକ୍ଷା ସମାପ୍ତି କରିବା ପରେ ଉଚ୍ଚଶିକ୍ଷା ଲାଭ କରି, ଭୁବନେଶ୍ୱର ସ୍ଥିତ ବିଜୁପଟ୍ଟନାୟକ ପୋଲିସ ପ୍ରଶିକ୍ଷଣ କେନ୍ଦ୍ରରେ ତାଲିମ ନେଇଥିଲେ । ନୂତନ ଭାବେ ମାନସୀ ଏଠାରେ ଦାୟିତ୍ଵ ନିର୍ବାହ କରିବା ପୂର୍ବକ ଆଗାମୀ ତ୍ରୀ-ସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିଷ୍ଠାପର ଭାବେ ଦାୟିତ୍ୱ ତୁଲାଇବେ ବୋଲି ଦମ୍ବୋକ୍ତି ପ୍ରକାଶ କରିଛନ୍ତି । ଚମାଖଣ୍ଡି ଥାନା ଭାରପ୍ରାପ୍ତ ଅଧିକାରୀ ସୀତାଂଶୁ ଶେଖର ମାନ୍ଧାତାଙ୍କ ସହ ବହୁ ପୋଲିସ ଅଧିକାରୀ, କର୍ମଚାରୀ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ମାନୀତ କରିଥିଲେ ।

Leave A Reply

Your email address will not be published.