oom

ମହିଳା ମହାସଂଘର ପକ୍ଷରୁ ପୁଷ୍ଟି ମହୋତ୍ସବ ପାଳିତ

jsmm

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକର ଅଁଲାପାଲିଠାରେ ସାଇଦଳଙ୍ଗା ପଞ୍ଚାୟତ ମହିଳା ମହାସଂଘର ଦ୍ବାରା ଓଡିଶା ପୁଷ୍ଟି ମହୋତ୍ସବ ପାଳିତ ହୋଇଯାଇଛି । ଓଡିଶା ଜୀବିକା ମିଶନ ଓ ମିଶନ ଶକ୍ତି ବିଭାଗର ଆୟୋଜିତ ଏହି ମହିଳା ଓ ଶିଶୁ ବିକାଶ ବିଭାଗ ଓ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗର ମିଳିତ ସହଯୋଗରେ ଅଙ୍ଗନୱାଡ଼ି କର୍ମୀ କସ୍ତୁରୀ ମାଝୀଙ୍କ ସଭାପତିତ୍ଵରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶା ଜୀବିକା ମିଶନର ଏମ୍‌ବିକେ ରିନା ସାହୁ ଯୋଗ ଦେଇଥିବା ବେଳେ ସିଆର୍‌ପି ରଜନୀ ମାଝୀ, ନମିତା ସାହୁ, ଲୋମାବତି ସାହୁ, ଦଶମୀ, ଗୋମତୀ ବିଭାର, କୃଷିମିତ୍ର ଭୂମିସୂତା ସାହୁ, ପ୍ରାଣୀମିତ୍ର ଅନୁରାଧା ସୁନା ପ୍ରମୁଖ ଉପସ୍ଥିତ ଥିଲେ । ଏହି ପୃଷ୍ଟି ମହୋତ୍ସବ ସାରା ଓଡ଼ିଶାରେ ଡିସେମ୍ବର ୬ତାରିଖରୁ ଆରମ୍ଭ ହୋଇ ୧୨ ତାରିଖ ପର୍ଯ୍ୟନ୍ତ ଚାଲୁ ରହିଛି । ସୂଚନା ଅନୁସାରେ ପ୍ରତ୍ୟେକ ମଣିଷଙ୍କ ପାଇଁ ଦୈନଦିନ ଆବଶ୍ୟକ ପୁଷ୍ଟିକର ଖାଦ୍ୟ କ’ଣ କ’ଣ ଖାଇବା ଆବଶ୍ୟକ ଓ ତାହା କିଭଳି ନିଜ ବାଡ଼ି ବଗିଚାରୁ ମିଳିପାରିବ ସେଥିପାଇଁ ପ୍ରତି ପରିବାରର ମା’ମାନେ ଚାହିଁଲେ ତାହା ସମ୍ଭବ ହୋଇପାରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରେ ମା’ମାନେ ନିଜ ବାଡ଼ି ବଗିଚାରେ କରିଥିବା ପୁଷ୍ଟିକର ପରିବା ଓ ପ୍ରତିଦିନ ଖାଉଥିବା କିଛି ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତ କରିଆଣିଥିଲେ । ଉକ୍ତ ପଞ୍ଚାୟତରେ ଗତ ସୋମବାର ସାଇଦଳଙ୍ଗା ଗ୍ରାମ ଓ ଶୁକ୍ରବାର ଦିନ ଟୁର୍ଚିଗ୍ରାମରେ କାର୍ଯ୍ୟକ୍ରମ ହୋଇଥିବା ବେଳେ ଆଜି ଦିନରେ ଅଁଲାପାଲି ଗ୍ରାମରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରତି ଗାଁର ମା’ମାନେ ପୁଷ୍ଟିକର ଖାଦ୍ୟ ବିଷୟରେ ଜାଣିବା ସହିତ ଉକ୍ତ ଖାଦ୍ୟକୁ କିଭଳି ଗର୍ଭବତୀ ମହିଳା ଓ କିଶୋରୀ ବାଳିକାମାନଙ୍କ ସହିତ ପ୍ରତି ପରିବାର ସଦସ୍ୟ ବ୍ୟବହାର କରିବେ ତାହା ବୁଝାଇବା ସହ ଆଗାମୀ ଦିନରେ କରୋନାରୁ ନିଜକୁ କିଭଳି ସୁରକ୍ଷିତ ରଖିବେ ସେନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଗ୍ରାମର ୩୦ ଜଣ ମହିଳା ସଦସ୍ୟ ଓ କିଛି ଶିଶୁମାନେ ଯୋଗଦାନ କରିଥିଲେ ।

jittmm
Leave A Reply

Your email address will not be published.