
ଢେଙ୍କାନାଳ, (ତାପସ ଦାସ) : ନବଭାରତ ଭେଞ୍ଚରସ୍ ଲିମିଟେଡ୍ ସହାୟତାରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଶୋଭା ପକ୍ଷରୁ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ନାଧରା ଗ୍ରାମର ସତ୍ୟମ୍ ଶିବମ୍ ସୁନ୍ଦରମ୍ ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ତା.୧୧/୧୨/୨୦୨୧ ରିଖରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ମୁଖ୍ୟ ଅତିଥ ନବଭାରତ ଭେଞ୍ଚରସ୍ ଲିମିଟେଡ୍ର ଜିଏମ୍ ଏମ୍.ଶ୍ରୀନିବାସ୍ ପ୍ରଦୀପ ପ୍ରଜ୍ଜଳନ କରି ଶିବିରକୁ ଉଦ୍ଘାଟନ କରିଥିଲେ । ଉଦ୍ଘାଟନ ଉତ୍ସବରେ ସମ୍ମାନୀୟ ଅତିଥି ଭାବରେ ରାଧେଶ୍ୟାମ୍ ସିଂ, ମନିଷ୍ଠ ପାତ୍ର, ବି ଶ୍ରୀକାନ୍ତ, ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅନ୍ନପୂର୍ଣ୍ଣା ପୃଷ୍ଟି, ସରପଞ୍ଚ ପ୍ରଶାନ୍ତ ନାଏକ ଏବଂ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀ ଯୋଗ ଦେଇଥିଲେ । ଶୋଭାର ନିର୍ଦେଶକ ଉଦୟେନ୍ଦୁ ମିଶ୍ର ପ୍ରାରମ୍ଭିକ ଭାଷଣ ପ୍ରଦାନ କରିଥିଲେ ଏବଂ ଶୋଭା ତରଫରୁ ରବିନାରାୟଣ ଷଡଙ୍ଗୀ ଧନ୍ୟବାଦ୍ ଅପର୍ଣ କରିଥିଲେ । ଉକ୍ତ ଶିବିରରେ ରକ୍ତ ଶର୍କରା, ରକ୍ତଚାପ, ହିମୋଗ୍ଲୋବିନ୍, ବ୍ଲଡ୍ ଗ୍ରୁଫ, ମ୍ୟାଲେରିଆ ଇତ୍ୟାଦି ନିଶୁକ୍ଲ ପାଂଚ କରାଯାଇ ସ୍ତ୍ରୀ ରୋଗ, ଶିଶୁ, ଭେଷଜ, ହୋମିଓ ପ୍ୟାଥିକ୍ ତଥା ଭୌତିକ ଚିକିତ୍ସା ବିଭାଗରେ ସାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ଯୋଗେଶ୍ଵର ମୁଳିଆ, ଡାକ୍ତର ସୁନିତା ବେହେରା, ଡାକ୍ତର ରେକେଶ ଜେନା, ଡାକ୍ତର ମାନସ ରଞ୍ଜନ ଦାସ, ମମତା ସିଂଙ୍କ ଦ୍ବାରା ୫୧ ଜଣ ସ୍ତ୍ରୀ ରୋଗ, ୪୧ ଜଣ ଶିଶୁ, ୮୪ ଭେଷଜ, ୬୬ ଜଣ ହୋମିଓ ପ୍ୟାଥିକ୍, ୨୬ ଜଣ ଭୌତିକ ଚିକିତ୍ସା, ୧୫୮ ଜଣଙ୍କ ଚକ୍ଷୁ ପରୀକ୍ଷା ସମୁଦାୟ ୪୨୬ ଜଣଙ୍କୁ ମାଗଣା ସାସ୍ଥ୍ୟ ଯାଞ୍ଚ କରାଯାଇଥିଲା ଏବଂ ଆବଶ୍ୟକ ଔଷଧ ଓ ୯୧ ଜଣଙ୍କୁ ଚଷମା ସମ୍ପୂର୍ଣ୍ଣ ମାଗଣାରେ ବଣ୍ଟନ କରାଯାଇଥିଲା । ଫାର୍ମାସିଷ୍ଟ କମଳେଶ୍ୱର ନାୟକ, ଅମିତ୍ କୁମାର ସାହୁ, ଏଲ୍ଟି, ରୀତାରାଣୀ ନାୟକ, ଏନ୍ଏଏମ୍ ଏବଂ ରାଧାରାଣୀ ସାହୁ ଯୋଗଦେଇ ସମସ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇଦେଇଥିଲେ । ଏହି ଅବସରରେ ସଖୀ ଏବଂ ଚାଇଲ୍ଡଲାଇନ ତରଫରୁ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।