csstore

ଗୋଷ୍ଠୀ କୃଷକ ପରାମର୍ଶଦାତା କମିଟି ବୈଠକ : ଆତ୍ମା ଅଧ୍ୟକ୍ଷ ହେଲେ ବିରାଜ ପନ୍ଦର

କଳାହାଣ୍ଡି, (କେପିଏନ୍‌ଏସ୍‌) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ବିଶ୍ୱନାଥପୁର ଠାରେ କୃଷି ଉଦ୍ୟାନ ଓ ପ୍ରାଣୀ ସଂପଦ ବିଭାଗର ମିଳିତ ଆୟୋଜନରେ ଗୋଷ୍ଠୀ କୃଷକ ପରାମର୍ଶଦାତା କମିଟିର ବୈଠକ ଆୟୋଜିତ ହୋଇଯାଇଛି । ବିଶ୍ୱନାଥପୁର ସ୍ଥିତ କୃଷକ ପରାମର୍ଶ କେନ୍ଦ୍ର ପରିସରରେ ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷ ଇଂ.ଫକୀର ମୋହନ ମାଝୀ, ସମ୍ମାନୀତ ଅତିଥି ଭାବେ ବ୍ଲକ କୃଷି ଅଧିକାରୀ ଚନ୍ଦ୍ରମୋହନ ଚାନ୍ଦ, ଅତିରିକ୍ତ କୃଷି ଅଧିକାରୀ ହିରଣ୍ୟ ବାରିକ, ଉଦ୍ୟାନ କୃଷି ବିଭାଗ ଅଧିକାରୀ ସାରଙ୍ଗଧର ପଣ୍ଡା, ଅନନ୍ତ ପ୍ରସାଦ ପଣ୍ଡା, ବ୍ଲକ ପ୍ରାଣୀ ସଂପଦ ଅଧିକାରୀ କଲ୍ଲୋଳ କୁମାର ପଣ୍ଡା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ମନୋହର ହରପାଲ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ବ୍ଲକର ଚାଷୀ ପ୍ରତିନିଧିମାନଙ୍କୁ ନେଇ ବ୍ଲକ ସ୍ତରୀୟ ଆତ୍ମା ପ୍ରକଳ୍ପ ପାଇଁ ଅଧ୍ୟକ୍ଷ ନିର୍ବାଚନ କରାଯାଇଥିଲା । ଅଧ୍ୟକ୍ଷ ପଦବୀ ପାଇଁ ସୀତାପୁର ଚାଷୀ ପ୍ରତିନିଧି ବୈଲୋଚନ ସାହୁ ଓ କମର୍ଦ୍ଧାର ବିରାଜ ବନ୍ଦରଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହୋଇଥିବା ବେଳେ ୧୭ଟି ଭୋଟ ପାଇଁ ବିରାଜ ପନ୍ଦର ବିଜୟୀ ହୋଇଥିଲେ । ନିର୍ବାଚନ ଅଧିକାରୀ ଭାବେ ବ୍ଲକ ପ୍ରାଣୀ ସଂପଦ ଅଧିକାରୀ ଶ୍ରୀ ପଣ୍ଡା ଦାଇତ୍ୱ ତୁଳାଇଥିଲେ । କମର୍ଦ୍ଧା ପଞ୍ଚାୟତ ମୁଣ୍ଡାଗାଁର ଚାଷୀ ତଥା ଯୁବ ସମାଜସେବୀ ବିରାଜ ଦୀର୍ଘ ବର୍ଷ ହେଲା ଚାଷୀ ଓ ଜନସାଧାରଣଙ୍କ ହକ୍ ପାଇଁ କାର୍ୟ୍ୟ କରି ଆସୁଥିବା ବେଳେ ତାଙ୍କ ନୂତନ ନିଯୁକ୍ତିକୁ ନେଇ କମର୍ଦ୍ଧା ଅଞ୍ଚଳବାସୀ ଶୁଭେଚ୍ଛା ଜଣାଇଛନ୍ତି ।

jayashree
Leave A Reply

Your email address will not be published.