ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ତରଫରୁ ଗାନ୍ଧିବାଦୀ ଆନନ୍ଦ ଚନ୍ଦ୍ର ମହାନ୍ତିଙ୍କ ୮ମ ଶ୍ରାଦ୍ଧବାର୍ଷିକ ଉତ୍ସବ ପାଳିତ

କଟକ, (କେପିଏନ୍‌ଏସ୍‌) : କଟକ ସଦରର ଅଗ୍ରଣୀ ସାମାଜିକ ସଂଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ତରଫରୁ ଉତ୍କଳକେଶରୀ ଡଃ ହରେକୃଷ୍ଣ ମହତାବଙ୍କ ୧୨୨ତମ ଜନ୍ମ ଜୟନ୍ତୀ ଏବଂ ସମାଜସେବୀ ନାଟ୍ୟକାର ସ୍ୱର୍ଗତଃ ନୃସିଂହଚରଣ ଦାସ, ଚିତ୍ରଶିଳ୍ପୀ ଓ ସମାଜସେବୀ ଓ ଗାନ୍ଧିବାଦୀ ସ୍ୱର୍ଗତଃ ଆନନ୍ଦ ଚନ୍ଦ୍ର ମହାନ୍ତିଙ୍କ ୮ତମ ଶ୍ରାଦ୍ଧବାର୍ଷିକ ଉତ୍ସବ ଇଂ ଅଶୋକ କୁମାର ବିଶ୍ୱାଳଙ୍କ ସଭାପତିତ୍ୱରେ ଆନନ୍ଦ ନୃସିଂହ ସ୍ମୃତି ପୂଜ୍ୟ ପୂଜା ଭବନ ପଟଣାରେ ପାଳିତ ହୋଇଯାଇଛି । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବରେ ଜ୍ୟୋର୍ତିବିତ୍‌ ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ, ମୁଖ୍ୟବକ୍ତା ଭାବରେ ବିଶିଷ୍ଟ ସାମ୍ବାଦିକ ଚିତରଂଜନ ବେହେରା, ସମ୍ମାନୀତ ଅତିଥି ଭାବରେ ସମବାୟବିତ୍‌ ମହେନ୍ଦ୍ର କୁମାର ନାୟକ, ଅନ୍ତରାଷ୍ଟ୍ରୀୟ ମାନବାଧିକାର ଆସୋସିଏସନ୍‌ର କାର୍ୟ୍ୟକାରୀ ସଭାପତି ଇଂ ପ୍ରଦୀପ ବେହେରା, ପ୍ରାଧ୍ୟାପକ ଡଃ ସେକ କଲିମୁଲ୍ଲା, ନାରୀନେତ୍ରୀ ତଥା ପୂର୍ବତନ ସରପଂଚ ପ୍ରତିଭା ଶତପଥି, ବିଶିଷ୍ଟ ସମାଜସେବୀ ସତ୍ୟଦିପ ସାହୁ, ପୂର୍ବତନ ସରପଂଚ ଶରତ କୁମାର ରାୟ, ନାଟ୍ୟକାର ଅଶୋକ କୁମାର ପଟ୍ଟନାୟକ, ବିଶିଷ୍ଟ ସାମ୍ବାଦିକ ବିଭୂ ରଂଜନ ସ୍ୱାଇଁ, ଚକ୍ରବର୍ତୀ ଓତା, ଶ୍ରୀକାନ୍ତ ବେଉରା ପ୍ରମୁଖ ଯୋଗଦେଇ ମହାପୁରୁଷମାନଙ୍କର ଜୟନ୍ତୀ ଓ ଶ୍ରାଦ୍ଧବାର୍ଷିକ ଉତ୍ସବ ଉପଲକ୍ଷେ ସ୍ମୃତିଚାରଣ କରିଥିଲେ । ବିଗତ ୩୦ବର୍ଷର କାର୍ୟ୍ୟକାରୀ ହୋଇଥିବା ମହୋତ୍ସବର ଫଟୋଚିତ୍ରରେ ୩ଗୋଟି ଆଲ୍‌ବମ୍‌ରେ ସ୍ଥାନିତ ଫୋଟୋକୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ଉନ୍ନୋଚନ କରାଯିବା ସହିତ ଓଡିଆ ପତ୍ରିକା ଲୋକଭାଷା ଚତୁର୍ଦ୍ଦଶ ସଂଖ୍ୟା ସଭାପତିଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ପରେ ଉତ୍କଳ କେଶରୀ ଡଃ ହରେକୃଷ୍ଣ ମହତାବ, ନାଟ୍ୟକାର ନୃସିଂହ ଚରଣ ଦାସ, ନାଟ୍ୟକାର ପଦ୍ମଶ୍ରୀ ମନୋରଂଜନ ଦାସ, ଗାନ୍ଧିବାଦୀ ଚିତ୍ରଶିଳ୍ପୀ ଆନନ୍ଦ ଚନ୍ଦ୍ର ମହାନ୍ତିଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ସର୍ବ ସମ୍ମତି କ୍ରମେ ଗୃହିତ ହେଲା । ଉକ୍ତ ସଭାରେ ଅନୁଷ୍ଠାନର ଉପଦେଷ୍ଟା ସରୋଜ ନଳିନୀ ପରିଜା, ସାଧାରଣ ସମ୍ପାଦକ ନାରାୟଣ ଚନ୍ଦ୍ର ମହାନ୍ତି, ସାଂସ୍କୃତିକ ସମ୍ପାଦକ ରୁଦ୍ରନାରାୟଣ ଦାସ, ବରିଷ୍ଠ ସଭ୍ୟ ବିନୋଦ ବେହେରା, ରାମଚନ୍ଦ୍ର ଗୋଚ୍ଛାୟତ୍‌, ହୃଦାନନ୍ଦ ବିଶ୍ୱାଳ, ପ୍ରଭାତ କୁମାର ଖଟୁଆ, ଉପେନ୍ଦ୍ର ବାରିକ, ମାଧବ ପରିଡା, ସମାଜସେବୀ ବୁଲେଇ ବେହେରା, ପର୍ଶୁରାମ ବେହେରା, ପ୍ରସନ୍ନ ବେହେରା, ଶିବ କୁମାର ପଣ୍ଡା, ଶ୍ରାବନ୍ତିକା ମହାନ୍ତି ଉପସ୍ଥିତ ରହି ପୂର୍ଣ୍ଣ ସହଯୋଗ କରିଥିଲେ । ପରେ ଅତିଥିମାନଙ୍କ ଦ୍ୱାରା ବରିଷ୍ଠ କଳାକାର, ସଙ୍ଗୀତଜ୍ଞ ଆଶିସ ମହାନ୍ତି, ଶ୍ୟାମା ମହାନ୍ତିଙ୍କ ସହିତ ଶିଶୁ ଚିତ୍ରଶିଳ୍ପୀ ଓ ୯ଜଣ ସାମ୍ବାଦିକ, ସମାଜସେବୀଙ୍କୁ ପୁଷ୍ପ ଚନ୍ଦନ ଓ ଉପଢୌକନ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଅନୁଷ୍ଠାନର ସାଧାରଣ ସମ୍ପାଦକ ସଂଗଠକ ନାରାୟଣ ଚନ୍ଦ୍ର ମହାନ୍ତି ଉପସ୍ଥିତ ଅତିଥି ଓ ସହଯୋଗ କରିଥିବା ବ୍ୟକ୍ତି ବିଶେଷଙ୍କୁ ଧନ୍ୟବାଦ ଦେଇଥିଲେ । ସଭାପତି ଇଂ ଶ୍ରୀ ବିଶ୍ୱାଳ ସଭାସାଙ୍ଗ କରିଥିଲେ ।

Leave A Reply

Your email address will not be published.

nineteen − sixteen =

error: Content is protected !!