oom

ଏସ୍‌ବିଆଇ ମୁଖ୍ୟ ଶାଖା ସମ୍ମୁଖରେ ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିଅନ୍‌ର ବଲାଙ୍ଗିର ଜିଲ୍ଲା କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏସ୍‌ବିଆଇ ମୁଖ୍ୟ ଶାଖା ସମ୍ମୁଖରେ ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିଅନ୍‌ର ବଲାଙ୍ଗିର ଜିଲ୍ଲା କମିଟି ପକ୍ଷରୁ ଆଜି ଅପରାହ୍ନର ସାଢେ଼ ୫ଟା ସମୟରେ ସରକାରଙ୍କ ପବ୍ଲିକ୍‌ ସେକ୍ଟର ବ୍ୟାଙ୍କଗୁଡ଼ିକୁ ଘରୋଇକରଣ କରାଯିବା ନିଷ୍ପତ୍ତିକୁ ବିରୋଧ କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିଅନ୍‌ର ବଲାଙ୍ଗିର ଜିଲ୍ଲା କମିଟି ସଂଯୋଜକ ରୋହିତ କୁମାର ଶତପଥୀ, ଯୁଗ୍ମ ସଂଯୋଜକ ରୂପେଶ କୁମାର ଦଲାଇ, ସଂପାଦକ ଗୋବର୍ଦ୍ଧନ ଦାଶ, ପ୍ରଫୁଲ୍ଲ କୁମାର ଭାଇଁସା, ସରୋଜ କୁମାର ନାୟକ, ସୌରଭ କୁମାର ମେହେର, ଶିବାନନ୍ଦ ଦାଶ, ଚାପଧାରୀ ମିଶ୍ର, ଅରବିନ୍ଦ ମହାଣା, ସଂଦୀପନ ଦାଶ, ସୂଚୀସ୍ମିତା ନାଏକ, ବିଜନ କୁମାର ବାରିକ, ବିଘ୍ନେଶ୍ୱର ଦାସ, ପ୍ରଦ୍ୟୁମ୍ନ କୁମାର ସ୍ୱାଇଁଙ୍କ ସମେତ୍‌ କମିଟିର ବହୁ ସଦସ୍ୟ ଏହି ବିକ୍ଷୋଭ ପ୍ରଦର୍ଶନରେ ସାମିଲ୍‌ ହୋଇଥିଲେ ।

jittmm
Leave A Reply

Your email address will not be published.