ପ୍ରଥମ ଭେଟ୍ରାନ୍‌ ଓ ୟୁଥ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିବସ : କଲେଜଛକ ଭେଟ୍ରାନ୍‌ ଓ ଗଇଁନ୍ତଲା ବିଜୟୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭେଟ୍ରାନ୍‌ ଟୁର୍ଣ୍ଣାମେଣ୍ଟ କମିଟି କଲେଜ ଛକ ବଲାଙ୍ଗିର ଆନୁକୂଲ୍ୟରେ ଆଜି ସ୍ଥାନୀୟ ମିଶନ୍‌ ଖେଳ ପଡିଆଠାରେ ଦ୍ୱିତୀୟ ଦିବସରେ ପ୍ରଥମ ଖେଳରେ କଲେଜଛକ ଭେଟ୍ରାନ୍‌ ବିଜୟୀ ହୋଇଛି । ପୃଷ୍ଟପୋଷକ ଅମନ ନାଗ ଓ କମିଟି ସଭାପତି ପ୍ରଭାତ ଦାସଙ୍କ ତତ୍ୱାବଧାନରେ ଅନୁଷ୍ଠିତ ୟୁଥ୍‌ ଫୁଟବଲ ଖେଳରେ ଗଇଁନ୍ତଲା ସମଲେଶ୍ୱରୀ ୩-୦ ଗୋଲରେ ବ୍ଳୁମାଉଣ୍ଟେନ କ୍ଳବ ତୁଲସୀନଗରକୁ ହରାଇ ବିଜୟୀ ହେଲା । ବିଜୟୀ ଦଳ ତରଫରୁ ଦୟାନିଧି ୨ଟି ଗୋଲ ଦେଇଥିବା ବେଳେ ମେଣ୍ଡିସ୍‌ ଗୋଟିଏ ଗୋଲ ସ୍କୋର କରିଥିଲେ । ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ସଦର ବ୍ଳକ ଅଧ୍ୟକ୍ଷ ଗୋଲାପ ବାଗ ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । କ୍ରୀଡାବିତ ପ୍ରଦୋସ କୁମାର ଦାସ ଓ ଶିବଦତ୍ତ ଦ୍ୱିବେଦୀ ମଞ୍ଚାସିନ ଥିଲେ । ଖେଳକୁ ସୁଦୟ ବାରିକ, ସୁଶାନ୍ତ ନାଗ, ନରସିଂସ୍ୱାମୀ ନାଇଡୁ ଓ ଅବଦୁଲ ମୁଜିବ ପରିଚାଳନା କରିଥିଲେ । କମିଟିର ସମ୍ପାଦକ ହେମନ୍ତ ବେହେରା, କୋଷାଧ୍ୟକ୍ଷ ଗମନିଏଲ ନାଗ୍‌, ସୁବୋଧ ବାଗ, ଶ୍ରୀଧର ସେଠ୍‌, ବିରେନ୍ଦ୍ର ସୁନା, ଜ୍ୟେତିରାଜ ନାଗ, ପ୍ରଦୋସ କୁମାର ଦାସ, ସାନ୍ତନୁ ନାଗ, ସର୍ଜୁ ନାଗ, ଏନ୍‌ ଗାବ୍ରିଏଲ ଜେମ୍ସ, ପ୍ରଦ୍ୟୁମ୍ନ ନନ୍ଦ, ଦୁର୍ବାଦଳ ମହାକୁର, ବିଶ୍ୱଜିତ ପାଲ, ଅଶୋକ କୁମାର ସାହୁ, ଡ. ସିଦେ୍ଧଶ୍ୱର ମିଶ୍ର, ସୁନିଲ ବିଶ୍ୱାଲ, ଜୀବନ ସୁନା ପ୍ରମୁଖ ସହଯୋଗ କରିଥିଲେ । ବୁଧବାର ଦିନ ପ୍ରଥମ ଖେଳ ବିରମହାରାଜପୁର ଭେଟ୍ରାନ୍‌ ବନାମ ଖଲିଆପାଲି ଭେଟ୍ରାନ୍‌ ଓ ଦ୍ୱିତୀୟ ୟୁଥ୍‌ ଖେଳ କୁଶଙ୍ଗ ବନାମ ଚୁଡାପାଲି ମଧ୍ୟରେ ଖେଳ ହେବ ବୋଲି ସମ୍ପାଦକ ହେମନ୍ତ କୁମାର ବେହେରାଙ୍କ ସୁତ୍ରରୁ ପ୍ରକାଶ ।

jittmm
Leave A Reply

Your email address will not be published.