ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଓଡ଼ିଆ ଚଳଚ୍ଚିତ୍ର “ଅଲିଭାଦାଗ”ର ନିର୍ମାତା ନାଟ୍ୟବୃହସ୍ପତି ବିପିନି ସାମନ୍ତ(୭୪)ଙ୍କ ଗଞ୍ଜାମ ବ୍ଲକ ଅନ୍ତର୍ଗତ ଗଡ଼ହୁମ୍ମା ଗ୍ରାମ ସ୍ଥିତ ନିଜଘରେ ବିୟୋଗ ଘଟିଛି । ଯାହାକୁ ନେଇ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଗ୍ରାମାରେ ପହଞ୍ଚି ତାଙ୍କର ଶେଷଦର୍ଶନ କରିଛନ୍ତି ।ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ସେ ଏକାଧାରରେ ନାଟ୍ୟକାର, ନାଟ୍ୟ ନିର୍ଦେଶକ ଓ ଲେଖକ ଭାବେ କଳାକାର ଜଗତରେ ତାଙ୍କର ସ୍ୱତନ୍ତ୍ର ପରିଚୟ ରହିଛି । ସେ ଭଞ୍ଜନଗରରେ ପ୍ରଥମେ ଡେମୋନଷ୍ଟାଟର ଭାବେ କର୍ମମୟ ଜୀବନ ଆରମ୍ଭ କରିଥିଲେ । ସ୍ଥାନୀୟ ଅଞ୍ଚଳରେ ତାଙ୍କ ଜୀବନକାଳ ମଧ୍ୟରେ ସମାଜ କଲ୍ୟାଣ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିବା ବେଳେ ବହୁ ସାମାଜିକ ଅନୁଷ୍ଠାନ ସହ ଜଡିତ ଥିଲେ । ସେ ଜଣେ ପରୋପକାରୀ, ସ୍ୱଷ୍ଟବାଦୀ, ମିଷ୍ଟଭାଷୀ, ମେଳାପୀ ପ୍ରକୃତିର ବ୍ୟକ୍ତି ଥିଲେ । ତାଙ୍କର ବିୟୋଗ ସମୟରେ ଆତ୍ମୀୟ ସ୍ୱଜ୍ଜନ ଉପସ୍ଥିତ ଥିଲେ । ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷାବିତ ବିଜୟ କୁମାର ବିଶ୍ବାଳ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଘୁନାଥ ସାହୁ ପ୍ରମୁଖ ତାଙ୍କ ବିୟୋଗରେ ଶୋକାବ୍ୟକ୍ତ କରିଛନ୍ତି ।