oom

ସାମ୍ବାଦିକ ସତ୍ୟ ନାରାୟଣ ବେହେରା ଓ ଗୁରୁ ଘାସିରାମ ମିଶ୍ରଙ୍କ ପତ୍ନୀ ବିୟୋଗରେ ଦେଓଗାଁ ବ୍ଲକ କଳା ଓ ସଂସ୍କୃତି ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ଶନିବାର ମଧ୍ୟାହ୍ନ ୧୨ଟା ସମୟରେ ଦେଓଗାଁ ହାଇସ୍କୁଲ ନିକଟସ୍ଥ କଲ୍ୟାଣ ମଣ୍ଡପରେ ଦେଓଗାଁ ବ୍ଳକ କଳା ଓ ସଂସ୍ମୃତି ସଂଘ ପକ୍ଷରୁ ବଲାଙ୍ଗିର ଜିଳ୍ଲା ସାମ୍ବାଦିକ ସଂଘର ପ୍ରତିଷ୍ଠାତା ସଭାପତି ସ୍ୱର୍ଗତ ସତ୍ୟନାରାୟଣ ବେହେରା ଓ ଗୁରୁ ଘାସିରାମ ବେହେରାଙ୍କ ପତ୍ନୀଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁ‌ଷ୍ଠିତ ହୋଇଯାଇଛି । ଏହି ଶ୍ରଦ୍ଧାଞ୍ଜଳି ସଭାରେ ଦେଓଗାଁ ବିକେଏସ୍‌ଏସ୍‌ ଉପସଭାପତି ତଥା କିର୍ତ୍ତନ୍ୟ ଗାୟକ ସୁଦାମ ଚରଣ ବିଶି ସଭାପତିତ୍ୱ କରିଥିଲେ । ସର୍ବ ପ୍ରଥମେ ଅମର ଆତ୍ମାର ସଦଗତି ପାଇଁ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ କିଶୋର ସାହୁ, ଶେଷଦେବ ମେର୍ଲ୍ଲୀ, ବରିଷ୍ଠ କଳାକାର ବିଭୂଚରଣ ରଣା, ଦେଓଗାଁ ବ୍ଲକ ସାହିତ୍ୟ ଘର ସଂପାଦକ ଧନେଶ୍ୱର ଥନାପତି, କୃଷ୍ଣ ଗୁରୁ କଳାକାର ସତ୍ୟନାରାୟଣ ନନ୍ଦ, ସତ୍ୟନାରାୟଣ ଚନ୍ଦେଲ, ଈଶ୍ୱର ଭୂଏ, ପର୍ଶୁ ଧରୁଆ, ନିରଞ୍ଜନ ଦଣ୍ଡସନା ପ୍ରମୁଖ ଯୋଗଦେଇ ଉଭୟଙ୍କ ଅମର ଆତ୍ମାର ସଦଗତି ପାଇଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସ୍ମୃତିଚାରଣ କରାଯାଇଥିଲା ।

jittmm
Leave A Reply

Your email address will not be published.