ବଲାଙ୍ଗିର, (ଦେବାଶିଷ ମିଶ୍ର) : ସମ୍ବାତପତ୍ରର ହକରମାନଙ୍କ ସାମାଜିକ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ସେମାନଙ୍କୁ ଅଣ ସଂଗଠିତ ଶ୍ରମିକର ମାନ୍ୟତା ଦେଇ ସରକାରୀ ଯୋଜନାର ଲାଭ ଉଠାଇବାକୁ ସୁବିଧା କରିଛନ୍ତି । ଏହି ଖବର ପାଇବା ପରେ ଖବର କାଗଜ ବିତରକମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ବଲାଙ୍ଗିର ଖବର କାଗଜ ବିତରକ ସଂଘ ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଭିକେ ପାଣ୍ଡିଆନ ଓ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜଙ୍କୁ କୃତଜ୍ଞତା ଜଣାଇଛନ୍ତି । ସୂଚନାଯୋଗ୍ୟ ଯେ ସମ୍ବାଦ ପ୍ରସାରଣରେ ହକରମାନଙ୍କ ଗୁରତ୍ୱପୂର୍ଣ୍ଣ ଭୂମିକା ରହିଛି । ଖରା, ବର୍ଷା, ଶୀତକୁ ଖାତିର ନକରି ସେମାନେ ଜନସାଧାରଣଙ୍କୁ ଖବର ସହିତ ଯୋଡିବାରେ ଅକ୍ଲାନ୍ତ ପରିଶ୍ରମ କରିଥାନ୍ତି । ଭାରତ ବର୍ଷରେ ପ୍ରଥମ କରି ସମ୍ବାଦପତ୍ର ବିତରକମାନଙ୍କ ପାଇଁ ରାଜ୍ୟ ସରକାର ଏଭଳି ଯୋଜନା ଲାଗୁ କରିଛନ୍ତି । ଏଭଳି ଐତିହାସିକ ପଦକ୍ଷେପକୁ ବଲାଙ୍ଗିର ଖବରକାଗଜ ବିତରକ ସଂଘ ପକ୍ଷରୁ ସ୍ୱାଗତ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।