oom

ବୌଦ୍ଧ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଜନ ଜାଗରଣ ଅଭିଯାନ

jsmm

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା କଂଗ୍ରେସ କମିଟି ସଭାପତି ନବ କୁମାର ମିଶ୍ରଙ୍କ ନେତୃତ୍ଵରେ ଜନ ଜାଗରଣ ଅଭିଯାନ ରବିବାର ଜୋନ୍ ନଂ.୧ ଘଣ୍ଟାପଡ଼ା ହାଇସ୍କୁଲ ପଡ଼ିଆରେ ପୂଜାର୍ଚ୍ଚନା ପରେ ଆରମ୍ଭ ହୋଇଯାଇଛି । ଏହି ଅବସରରେ କଂଗ୍ରେସ କର୍ମୀଙ୍କ ଏକ ଶୋଭାଯାତ୍ରା ଘଣ୍ଟାପଡାରୁ ବାହାରି କୁରୁକୁପାରେ ପହଞ୍ଚି ଥିଲା । ମହାଲିଙ୍ଗ ସନ୍‌ସାଇନ କଲେଜର ଅଧ୍ୟକ୍ଷା ମୃତା ନମିତା ମେହେରଙ୍କୁ ନ୍ୟାୟ ପ୍ରଦାନ, ଭୂମିହୀନମାନଙ୍କୁ ଭୂମି ଓ ଘର ପ୍ରଦାନ, ପ୍ରତ୍ୟେକ ଚାଷୀଙ୍କ ଧାନ କିଣିବା, ମଦମୁକ୍ତ ଓଡ଼ିଶା ଗଠନ, ପ୍ରତ୍ୟେକ ଚାଷୀଙ୍କୁ କାଳିଆ ଟଙ୍କା ପ୍ରଦାନ, ପ୍ରତ୍ୟେକ ପଞ୍ଚାୟତରୁ ଦୁର୍ନୀତି ହଟାଇବା, ଦରଦାମ ବୃଦ୍ଧି କମ୍ କରିବା, ବଡ଼ ବଡ଼ କଂପାନୀକୁ ହାତ ଟେକିଦେବା, ସାମ୍ପ୍ରଦାୟିକ ବିଭାଜନ ବନ୍ଦ କରିବା, ଭାରତରେ ଶାନ୍ତି ବଜାୟ ରଖିବାକୁ ଦାବୀ ରଖିଥିଲେ । ସେହିପରି କଣ୍ଟାମାଳକୁ ଉପଖଣ୍ଡ ମାନ୍ୟତା, ମନମୁଣ୍ଡା, ବାଉଁଶୁଣୀ, ଘଣ୍ଟାପଡ଼ା ଓ ବଘିଆପଡ଼ାକୁ ବ୍ଲକ ମାନ୍ୟତା, ଘଣ୍ଟାପଡ଼ା, ଶଗଡ଼ା, ବଘିଆପଡ଼ା ଓ ଆଡେଣୀଗଡ଼କୁ ଥାନା ମାନ୍ୟତା ଏବଂ କଣ୍ଟାମାଳ, ମନମୁଣ୍ଡା, ବାଉଁଶୁଣୀ, ପୁରୁଣା କଟକକୁ ଏନ୍ଏସି ମାନ୍ୟତା, ବୌଦ୍ଧକୁ ବ୍ରହ୍ମପୁର ପରିବର୍ତ୍ତେ ସମ୍ବଲପୁର ଆର୍‌ଡିସିରେ ସାମିଲ କରିବା ଆଦି ଦାବୀ ରଖି ଏହି ଅଭିଯାନ ଆରମ୍ଭ କରାଯାଇଛି । କଣ୍ଟାମାଳ କଂଗ୍ରେସ ପୂର୍ବ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ କୁମାର ସାହୁ, ପୂର୍ବତନ ବରଗାଁ ସରପଞ୍ଚ ଅଭିମନ୍ୟୁ ପ୍ରଧାନ, ଜିଲ୍ଲା କଂଗ୍ରେସ ଓବିସି ସେଲ ସଭାପତି ଉଛେଇ ବାରିକ, ଉଦୟ ଶର୍ମା, ରାଜ୍ୟ ଓବିସି ସେଲ ଉପସଭାପତି କେଶବ କ୍ଷେତି, ପ୍ରଦୀପ ଦାସ, ରାଧାରମଣ ପାଣିଗ୍ରାହୀ, ଗରିବ ପ୍ରଧାନ, ପ୍ରଭାତ ମଟାଲି, ଉଗ୍ରେସନ ପଟ୍ଟନାୟକ, କାଳନ୍ଦି ବିଭାର, ନକୁଳ ନାଏକ ପ୍ରମୁଖ ବହୁ କଂଗ୍ରେସ କର୍ମୀ ଏହି ପଦଯାତ୍ରାରେ ଅଂଶଗ୍ରହଣ କରିଥିଲେ । ଏହି ଅଭିଯାନ ୨୯ ତାରିଖ ପର୍ଯ୍ୟନ୍ତ ୯ଦିନ ଧରି ଚାଲିବ ଏବଂ ବୌଦ୍ଧ ଜିଲ୍ଲାର ୯ଟି ଜୋନ୍‌କୁ ପହଞ୍ଚିବ ବୋଲି ପ୍ରକାଶ କରିଛନ୍ତି ଜିଲ୍ଲା ସଭାପତି ଶ୍ରୀ ମିଶ୍ର ।

jittmm
Leave A Reply

Your email address will not be published.