ଅ’ ପତ୍ରିକା ପକ୍ଷରୁ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ

କଳାହାଣ୍ଡି, (ନରୋତ୍ତମ ସେଲମା) : ଅ’ ପତ୍ରିକା ତରଫରୁ +୩ ଅମର ମହାବିଦ୍ୟାଳୟ, କୁଷୁର୍ଲାଠାରେ ଲୁକ୍କାୟିତ ପ୍ରତିଭା ଅନ୍ୱେଷଣ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଲେଜର ଅନେକ ଛାତ୍ରଛାତ୍ରୀ ଭାଗ ନେଇ ନାରୀ ଏବଂ ପ୍ରେମ ଶିଷର୍କରେ କବିତା ଲେଖିଥିବା ବେଳେ ପଦ୍ମିନୀ ସାହୁ ପ୍ରଥମ, ରଶ୍ମିତା ସାହୁ ଦ୍ଵିତୀୟ, ସ୍ୱପ୍ନା ବାରିକ ଓ ମୋନାଲିସା ଯୁଗ୍ମ ଭାବରେ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଅ’ ଅନୁଷ୍ଠାନର ପ୍ରତିଷ୍ଠାତା ନରେଶ କୁମାର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ନବୀନ ପଧାନ, ଅଧ୍ୟାପିକା ସସ୍ମିତା ସାହୁ, ଅଧ୍ୟାପକ ନରେଶ ବିଶି, ଅ’ ପତ୍ରିକାର ସହ ସମ୍ପାଦକ ବିଶ୍ଵନାଥ ସାହୁ, କାହ୍ନୁ ଚରଣ ସାହୁ, କାର୍ଯ୍ୟକାରୀ ସମ୍ପାଦକ ଦୀପକ ସାହୁ, ଶରତ, ଚନ୍ଦନ ସାହୁ ପ୍ରମୁଖ ଯୋଗଦେଇ କଳାହାଣ୍ଡି ସାହିତ୍ୟକୁ ଆଗେଇ ନେବାରେ ଅ’ ଅଭିଯାନର ଏହା ଏକ ଅଭିନବ ପ୍ରୟାସ ବୋଲି କହିଥିଲେ । ମହାବିଦ୍ୟାଳୟର ଛାତ୍ର ଦିଲେଶ୍ଵର ସାହୁ, ଯୋଗେଶ୍ୱର ସାହୁ ଯୁବ ସାମ୍ବାଦିକ ବଳକୁମାର ସାହୁ ସହଯୋଗ କରିଥିବା ବେଳେ ସମସ୍ତ ଛାତ୍ରଛାତ୍ରୀଙ୍କ ଯୋଗଦାନ ସମସ୍ତଙ୍କର ମନରେ ଉତ୍ସାହ ଭରିଥିଲା । ପରିଶେଷରେ ଅ’ ପତ୍ରିକାର ମୁଖ୍ୟ ସମ୍ପାଦକ ତପନ କୁମାର ସାହୁ ଧନ୍ୟବାଦ ଅର୍ପଣ କରିବା ସହ କୃତୀ ଛାତ୍ର ଛାତ୍ରୀଙ୍କୁ ଆଗାମୀ ଜାନୁୟାରୀରେ ଅନୁଷ୍ଠିତ ହେବାକୁ ଥିବା ଅ’ ମହୋତ୍ସବରେ ସମ୍ମାନିତ କରାଯିବ ବୋଲି ପ୍ରକାଶ କରିଥିଲେ । ଅ’ ପତ୍ରିକାର ଏହି ଅଭିନବ ପ୍ରୟାସକୁ ସାରସ୍ୱତ ମହଲରେ ସ୍ୱାଗତ କରାଯାଇଛି ।

jittmm
Leave A Reply

Your email address will not be published.