csstore

ଝଲପପଲ୍ଲୀ ପ୍ରଗତି ପାଠାଗାରର ଲାଇବ୍ରେରୀ ଉଦ୍‌ଘାଟନ କଲେ ବ୍ଲକ ଅଧ୍ୟକ୍ଷା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଝଲପ ଗ୍ରାମରେ ଥିବା ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପଲ୍ଲୀ ପ୍ରଗତି ପାଠାଗାରର ଲାଇବ୍ରେରୀ ଉଦ୍‌ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉଦ୍‌ଘାଟନୀ ଉତ୍ସବରେ ସଭାପତି ଝସକେତନ ବାରିକଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷା ରଞ୍ଜୁବାଲା ବେହେରା, ମୁଖ୍ୟବକ୍ତା ଭାବେ ଖଡିଆଳ ତେଜରୀ ଅଧିକାରୀ ଲେଖାରାମ ଭୋଇ, ସମ୍ମାନୀୟ ଅତିଥି ଭାବେ ବଙ୍ଗୋମୁଣ୍ଡା ଜୋନର ଜିଲ୍ଲା ପରିଷଦ ସଦସ୍ୟ ଉଦ୍ଧବ ବେହେରା, ଝଲପ ପଂଚାୟତ ସରପଂଚ ଦଣ୍ଡାସି ବେହେରା, ସମାଜସେବୀ ଭୋଲାନାଥ ବେହେରା, ସମାଜକର୍ମୀ ଗଣ୍ଡାରାମ ବେହେରା, ଅବସରପ୍ରାପ୍ତ କର୍ମଚାରୀ ବିଶିକେଶନ ସୁନା, ଦେଢଗାଁ ପଂଚାୟତ ସରପଂଚଙ୍କ ପ୍ରତିନିଧି ଶୁଶିଲ ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଲାଇବ୍ରେରୀକୁ ଉଦ୍‌ଘାଟନ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି କରିଣ ସେନାପତି, ସମ୍ପାଦକ ହୃଷିକେଶ ବେହେରା, ଯୁଗ୍ମ ସମ୍ପାଦକ ଯୋଗେଶ କୁମାର ସାହୁ, କୋଷାଧ୍ୟକ୍ଷ କପାସିନ୍ଧୁ ବାରିକ ବାରିକ, ସାଂସ୍କୃତିକ ସମ୍ପାଦକ ଭାବେଶ ଯାଦବ ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ପାଠାଗାରର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.