csstore

ଡେଲାଙ୍ଗରେ କଂଗ୍ରେସର ୬ ଘଣ୍ଟିଆ ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗରେ କଂଗ୍ରେସର ବନ୍ଦ ପାଳନ । ବହୁ ଚର୍ଚ୍ଚିତ ସନ ସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟା ଘଟଣାରେ ସ୍ୱର୍ଗତ ମମିତାଙ୍କ ପାଇଁ ନ୍ୟାୟ ଦାବୀରେ ଓ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗ କରି ରାଜ୍ୟ ଗୃହମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ସରକାର ତୁରନ୍ତ ବହିଷ୍କୃତ କରିବା ଓ ତାଙ୍କର ଇସ୍ତଫା ଦାବୀ ସହିତ ନାରୀକୁ ସୁରକ୍ଷା ଓ ନ୍ୟାୟ ପ୍ରଦାନ ଦାବୀରେ କଂଗ୍ରେସ ପକ୍ଷରୁ ଡେଲାଙ୍ଗରେ ସକାଳ ୬ରୁ ଦିବା ୧୨ ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ବନ୍ଦ ପାଳିତ ହୋଇଛି । ଏହି ବନ୍ଦ ଡାକରାରେ ଡେଲାଙ୍ଗ ବ୍ଲକ କଂଗ୍ରେସ ସଭାପତି ରବିନ୍ଦ୍ର କୁମାର ଦାସ, ଯୁବ ନେତା ନିର୍ମଳ ପରିଡା, ଅଶ୍ରୁମୋଚନ ପ୍ରଧାନ, ବିଶ୍ଵ ରଞ୍ଜନ ବଳବନ୍ତରାୟ, ବିନୋଦ ସ୍ବାଇଁ, ପ୍ରକାଶ ପ୍ରଧାନ, ବିପିନ ବଳବନ୍ତରାୟ, ସୌମ୍ୟ ରଞ୍ଜନ ବରାଳ, ଟିକନ ବିଶ୍ବାଳ ସମେତ ବହୁ ଦଳିୟ କର୍ମୀ ସାମିଲ ହୋଇଥିଲେ ।

jayashree
Leave A Reply

Your email address will not be published.