୩୯ ଥର ରକ୍ତଦାନ କରି ଚର୍ଚ୍ଚାରେ ମନୋଜ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : କଥାରେ ଅଛି ରକ୍ତଦାନ ମହାପୁଣ୍ୟ । ଏପରିକି ବିଭିନ୍ନ ସମୟ ଠିକ ସମୟରେ ରକ୍ତ ଟିକକ ନ ମିଳିଲେ ମୂଲ୍ୟବାନ ଜୀବନଟି ଚାଲିଯିବାର ସମ୍ଭାବନା ରହିଥାଏ । ଅନେକ ବ୍ୟକ୍ତିମାନେ ବିନା ଦ୍ୱିଧାରେ ରକ୍ତଦାନ କରି ଅନ୍ୟମାନଙ୍କ ଜୀବନ ବଞ୍ଚାଇବାକୁ ଆଗେଇ ଆସିଥାନ୍ତି । ଗଞ୍ଜାମ ସହରର ସାନ ବଜାରର କୈବର୍ତ୍ତ ସାହିର ମନୋଜ କୁମାର ବେହେରା ବର୍ତ୍ତମାନ ସୁଧା ୩୯ ଥର ରକ୍ତଦାନ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିବା ସହ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ସେ କଟକ ଓ ଭୁବନେଶ୍ୱର ଅଞ୍ଚଳରେ ଯୁବଗୋଷ୍ଟୀଙ୍କୁ ପୂର୍ବରୁ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଦେଇ ଆସୁଥିଲେ । ସେହି ସମୟରୁ ହିଁ ମାନବ ସେବା ହିଁ ମାଧବ ସେବା ଭାବନା ନେଇ ରକ୍ତଦାନ କରିବା ଆରମ୍ଭ କରିଦେଇଥିଲେ । ଛତ୍ରପୁର ଅଞ୍ଚଳର ଏକ ରକ୍ତଦାନ ଶିବିରରେ ରକ୍ତଦାନ କରିବା ପରେ ଛତ୍ରପୁର ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ତାଙ୍କର ଏହି ମହତ କାର୍ଯ୍ୟ ପାଇଁ ତାଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.