csstore

ବିଜେପି ଜଗଦଲପୁର ମଣ୍ଡଳ ସ୍ତରୀୟ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିର୍ବାଚନ ମଣ୍ଡଳୀ ଝାରବନ୍ଧ ବ୍ଲକର କୁମିର ଗ୍ରାମ ପଞ୍ଚାୟତର କୁମିର ଗ୍ରାମଠାରେ ଆଜି ମଙ୍ଗଳବାର ଦିନ ଜଗଦଲପୁର ମଣ୍ଡଳ ସ୍ତରୀୟ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜଗଦଲପୁର ମଣ୍ଡଳ ସଭାପତି ହରେକୃଷ୍ଣ ପଟେଲଙ୍କ ସଭାପତିତ୍ୱରେ କରିଥିଲେ । ଉକ୍ତ ବୈଠକରେ ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ପ୍ରଦୀପ ପୁରୋହିତ ଉପସ୍ଥିତ ରହି ବିଜେଡି ସରକାରର ଦୁର୍ନୀତି ଏବଂ ମା’ମାନଙ୍କୁ ସମ୍ମାନର ନାରା ଦେଉଥିବା, ନାରୀ ନିର୍ୟାତନା, ଅତ୍ୟାଚାରୀ ଶାସକ ବିରୁଦ୍ଧରେ ଗର୍ଜିଥିଲେ । ଆଗାମୀ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପଞ୍ଚାୟତ ସ୍ତରରେ ପଞ୍ଚାୟତ ପ୍ରମୁଖମାନଙ୍କ ସହିତ ସମୀକ୍ଷା କରି ନିର୍ବାଚନି ପ୍ରସ୍ତୁତି, ସମ୍ପୂର୍ଣ କରିବା ପାଇଁ ନିର୍ଦେଶ ଦେଇଥିଲେ । ବୈଠକରେ ଝାରବନ୍ଧ ବ୍ଲକ ସାଂସଦ ପ୍ରତିନିଧି ହରିହର ସାହୁ ସହିତ ବରିଷ୍ଠ କାର୍ଯ୍ୟକର୍ତ୍ତା କିଶୋର ବାରିକ, ମାନଭଞ୍ଜନ ମିର୍ଦ୍ଧା, ମଦନ ମୋହନ ପଟେଲ, ସରପଞ୍ଚ କ୍ଷୀରସାଗର ସାହୁ, ରାଜକୁମାର ସାହୁ, ସାମନ୍ତ ଶେଖର ମୁନା, ଗଣେଷ ସାହୁ, ଦେବ ଦୁର୍ଲଭଙ୍କ ସମେତ କାର୍ଯ୍ୟକର୍ତ୍ତା, ଗ୍ରାମର ଭଦ୍ର ବ୍ୟକ୍ତି, ମା’ମାନେ ଯୋଗଦାନ କରିଥିଲେ । ସଭାର ପରିଚାଳନା ପଦ୍ମନ ରଣା କରିଥିଲେ । ସଭା ଶେଷରେ ସଭାପତିଙ୍କ ଦ୍ୱାରା ସମସ୍ତଙ୍କୁ ଧନ୍ୟବାଦ ଦେବା ସାଙ୍ଗେ ସଭା ସାଙ୍ଗ ଘୋଷଣା କରାଯାଇଥିଲା ।

jayashree
Leave A Reply

Your email address will not be published.