csstore

ମମିତାଙ୍କ ପରିବାରଙ୍କ ସହ ଆଲୋଚନା କଲା ବିଜେପିର କେନ୍ଦ୍ରୀୟ ଟିମ

ଟିଟିଲାଗଡ଼, (ଅଜିତ କୁମାର ସାହୁ) : ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ସମସ୍ତ ଦୋଷୀଙ୍କୁ ଯଥାଶୀଘ୍ର ଗିରଫ କରି ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହ ଘଟଣାରେ ସମ୍ପୃକ୍ତ ଥିବା ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀମଣ୍ଡଳରୁ ଯଥାଶୀଘ୍ର ବହିଷ୍କାର କରିବା ସହ ସେମାନଙ୍କୁ ମଧ୍ୟ ତଦନ୍ତର ପରିସରଭୁକ୍ତ କରାଯାଉ ବୋଲି ଝରଣୀ ଗାଁରେ ପ୍ରତିଦିନ ନେତା, ମନ୍ତ୍ରୀଙ୍କ ଡେରା ପଡୁଥିବା ବେଳେ ଆଜି ମମିତା ହତ୍ୟା ମାମଲାର ସରଜମିନ ଅନୁଧ୍ୟାନ ପାଇଁ ବଲାଙ୍ଗିର ଗସ୍ତରେ ବିଜେପିର ତିନି ଜଣିଆ କେନ୍ଦ୍ରୀୟ ପ୍ରତିନିଧି ଦଳ ଆସିଛନ୍ତି । ବିଜେପି ସାଂସଦ ସୁନିତା ଦୁଗଲ, ବିଜେପି ମହିଳା ରାଷ୍ଟ୍ରୀୟ ମୋର୍ଚ୍ଚା ସଭାନେତ୍ରୀ ବନାଥି ଶ୍ରୀନିବାସନ୍ ଏବଂ ବିଜେପି ବିଧାୟକ ରୂପା ମିତ୍ର ଚୌଧୁରୀଙ୍କୁ ନେଇ ତିନି ଜଣିଆ କମିଟି ବଲାଙ୍ଗିର ଗସ୍ତରେ ଆସିଥିବା ବେଳେ ମମିତାଙ୍କ ଘରକୁ ଯାଇ ପରିବାର ଲୋକଙ୍କ ସହ ଆଲୋଚନା କରିଛି ଏହି କେନ୍ଦ୍ରୀୟ ଟିମ । ତାପରେ ମହାଲିଙ୍ଗ ଯାଇ ଯେଉଁଠି ମମିତାଙ୍କ ଶବକୁ ପୋଡି ଦିଆଯାଇଥିଲା ସେଠାରେ ଅନୁଧ୍ୟାନ କରିଥିଲେ । ଏହି ଟିମ୍‌ ସହ ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂଦେଓ ସମେତ ବିଜେପିର ଶତାଧିକ ଲୋକେ ସାମିଲ ହୋଇଛନ୍ତି ।

jayashree
Leave A Reply

Your email address will not be published.