ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଡେଙ୍ଗ ସ୍ଥିତ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ ହୋଇଯାଇଛି । ପ୍ରଧାନଶିକ୍ଷକ ଚାଣ୍ଡାଳ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ କାର୍ଯ୍ୟକ୍ରମରେ ଜୁନିୟର ରେଡକ୍ରସ କାଉସିଲର ରାମ ନାରାୟଣ ଦାଶ ସଂଯୋଜନା କାର୍ଯ୍ୟ ତୁଳାଇଥିଲେ । ୨୨ ବର୍ଷ ତଳେ ଅର୍ଥାତ ୧୯୯୯ ଅକ୍ଟୋବର ୨୯ରେ ଓଡିଶାରେ ତାଣ୍ଡବ ରଚିଥିଲା ମହାବାତ୍ୟା ସେ ଦିନ ମେଘ ସାଙ୍ଗକୁ ପବନ ଧ୍ୱଂସଲିଳା ରଚିଥିଲା । ସମୁଦ୍ରରୁ ୩୦ ଫୁଟ ଉଚ୍ଚର ଲୁଣଜୁଆର ଉଠି କେତେକ ଅଂଚଳକୁ ଛାରଖାର କରି ଚାଲିଗଲା । ଏହାର ପ୍ରଭାବରେ ଅନେକ ଘର ଦ୍ୱାରା, ଗଛଲତା ଭାଙ୍ଗିବା ସହ ଶତାଧିକ ମଣିଷ, ଜୀବଜନ୍ତୁଙ୍କ ଜୀବନ ଯାଇଥିଲା । ପ୍ରାରମ୍ଭରେ ପ୍ରଧାନ ଶିକ୍ଷକ ସମସ୍ତ ତଥ୍ୟ ଉପସ୍ଥାପନା କରିବା ସହିତ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳନ ବିଷୟରେ ସୂଚନା ଦେଇଥିଲେ । ଜୁନିୟର ରେଡକ୍ରସ କାଉସିଲର ରାମନାରାୟଣ ଦାଶ ବିପର୍ଯ୍ୟୟ ପୂର୍ବର ପ୍ରସ୍ତୁତି, ବିପର୍ଯ୍ୟୟ ସମୟରେ ମୁକାବିଲା, ବିପର୍ଯ୍ୟୟ ସମୟରେ ଓ ପରେ ଥଇଥାନ ବ୍ୟବସ୍ଥା ବୁଝାଇବା ସହ ଗୋଷ୍ଠୀ ସହଭାଗିତାରେ ସ୍ଥାନୀୟ ବିପର୍ଯ୍ୟୟ ପରିଚାଳନା ଯୋଜନା ଓ କୌଶଳ ମାଧ୍ୟମରେ ଧନ ଜୀବନକୁ ଅଧିକ ସୁରକ୍ଷା ଦିଆଯାଇପାରିବ ବୋଲି ଅବଗତ କରିଥିଲେ । ବାତ୍ୟ ପ୍ରଭାବିତ ଅଂଚଳରେ ବାତ୍ୟାରୁ ସୁରକ୍ଷା ଦୃଷ୍ଟିରୁ ହେନ୍ତାଳ ବନ ସୃଷ୍ଟି ଓ ସୁରକ୍ଷା, ବାଉଁଶ ଓ ତାଳଗଛ ଭଳି ବାତ୍ୟା ପ୍ରତିରୋଧି ବୃକ୍ଷରୋପଣ କରିବାକୁ ପଡିବ ବୋଲି ବିଜ୍ଞାନ ଶିକ୍ଷକ ବିଶ୍ୱନାଥ ମେହେର ଓ ଆଦିତ୍ୟ ରଣା ମତପ୍ରକାଶ କରିଥିଲେ । ପ୍ରକୃତିକୁ ପ୍ରକୃତ ସମ୍ମାନ ଜଣାଇପାରିଲେ ଏହା ଆମକୁ ବିପର୍ଯ୍ୟରୁ ସୁରକ୍ଷା ଦେବ । ବିକାଶ ଲକ୍ଷ୍ୟ ପୂରଣ ବେଳେ ପ୍ରକୃତି ବିରୋଧି କାର୍ଯ୍ୟକଳାପ ବନ୍ଦ କଲେ ବିପର୍ଯ୍ୟୟର ମାତ୍ରା ନିଶ୍ଚିତ ହ୍ରାସ ପାଇବ ବୋଲିି ଶିକ୍ଷକ ସୁଦର୍ଶନ ଦାଶ ଓ ହିମାଂଶୁ ଶେଖର ବିଶ୍ୱାଲ ମତବ୍ୟକ୍ତ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମକୁ ଶିକ୍ଷୟିତ୍ରୀ ରେଣୁକା ସାହୁ ପରିଚାଳନା କରିଥିବା ବେଳେ ଗାୟତ୍ରୀ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

3 + six =