oom

ଯାମୁଟପାଲି ଗ୍ରାମରେ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

jsmm

ବରଗଡ, (ନିରୋଜ କୁମାର ପାଣୀ) : ଆଜି ନେହେରୁ ଯୁବ କେନ୍ଦ୍ର ବରଗଡ଼ର ସ୍ୱେଚ୍ଛାସେବୀ ରତିକାନ୍ତ ପ୍ରଧାନଙ୍କ ନେତୃତ୍ୱରେ ଯାମୁଟପାଲି ଗ୍ରାମରେ ସ୍ୱଚ୍ଛ ଭାରତ ଅଭିଯାନ ପାଳନ କରାଯାଇଛି । ଯାମୁଟପାଲି ଗ୍ରାମର ହେଲ୍ପିଂ ହେଣ୍ଡ୍ ୟୁଥ୍ କ୍ଲବର ଯୁବକମାନେ ମିଶି ଯାମୁଟପାଲି ଗ୍ରାମର ସିଂହରା କଟାକୁ ରାସ୍ତା ତିଆରି କରିଛନ୍ତି । ସୂଚନା ଯୋଗ୍ୟ ଯେ, ରାସ୍ତାରେ ବହୁତ୍ ଲତା ବୁଦା ଥିଲା ଯାହା ଫଳରେ ସକାଳୁ ଗାଧୋଇବାକୁ ଯିବା ପାଇଁ ମହିଳାମାନଙ୍କୁ ବହୁତ ଅସୁବିଧା ହେଉଥିଲା ସେଥିପାଇଁ ଗ୍ରାମର ଯୁବକମାନେ ମିଶି ହାରାହାରି ୭୫୦ ମିଟର ରାସ୍ତାରୁ ଯେତେ ଲତା ବୁଦା ଥିଲା ସେ ସବୁକୁ ସଫା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଯାମୁଟପାଲି ଗ୍ରାମର ହେଲ୍ପିଂ ହେଣ୍ଡ୍ ୟୁଥ୍ କ୍ଲବର ଯୁବକମାନେ ଆଉ ଯାମୁଟପାଲି ଗ୍ରାମର ଅନ୍ୟ ଯୁବକମାନେ ମିଶି କାର୍ଯ୍ୟକ୍ରମକୁ ସଫଳ କରିଛନ୍ତି ଆଉ ଆଗକୁ ମଧ୍ୟ ଗ୍ରାମର ଯୁବକମାନେ ମିଶି ସମାଜ ପାଇଁ ଅନେକ କାର୍ଯ୍ୟକ୍ରମଗୁଡ଼ିକ କରାଯିବ ବୋଲି ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.