ବଲାଙ୍ଗିର ଦିନ ପାଇଁ ତହଁକ କୁଟୁମ ତରଫରୁ କବିତା ଆସର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଯାଦବଭବନ ଠାରେ ତହଁକ କୁଟୁମ୍ ତରଫରୁ ନଭେମ୍ବର ୦୧ ବଲାଙ୍ଗିର ଦିନ ଉଦ୍ଦେଶ୍ୟରେ ଏକ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ନାଟ୍ୟକାର ଅରବିନ୍ଦ ବାଗଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ବିଧାୟକ ମୁକେଶ ମହାଲିଙ୍ଗ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଦିଗାମ୍ବର ନାଏକ, ଦିଲ୍ଲୀପ କୁମାର ସିଂହଦେଓ, ଗୋପୀନାଥ ଦଣ୍ଡସେନା ମଞ୍ଚାସୀନ ଥିଲେ । ଅତିଥି ମାନେ ବଲାଙ୍ଗିର କଳା ସାହିତ୍ୟ ସଂସ୍କୃତି ପରମ୍ପରା ଉପରେ ବିଶେଷ ଆଲୋଚନା କରିଥିଲେ । କବି ଅର୍ଜୁନ କୁମାର ସାହୁ ସ୍‌ସ୍ୱାଗତ ଭାଷଣ ଦେଇଥିବା ବେଳେ ସଂପାଦକ ରାଜେଶ ଦଣ୍ଡସେନା ଅତିଥି ପରିଚୟ ପ୍ରଦାନ କରିଥିଲେ । ବଲାଙ୍ଗିର ଦିନ କମିଟିର ଉପାଧ୍ୟକ୍ଷ ବିନୋଦ କାଲସାଏ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଅନୁପ୍ରିୟା ମିଶ୍ର ଏବଂ ଅନନ୍ତ ବିଶ୍ୱାଲଙ୍କ ସଂଯୋଜନାରେ କବିତା ଆସର ହୋଇଥିଲା । ଏହି କବିତା ଆସରରେ ବିଭିନ୍ନ ଅଞ୍ଚଳରୁ ଶତାଧିକ କବି ସ୍ୱରଚିତ କବିତା ପାଠ କରିଥିଲେ । କାର୍ଯ୍ୟକ୍ରମକୁ ରୁକ୍ମଣ ବିଶ୍ୱାଲ, ମନୋଜ ମହାନନ୍ଦ, କବିତା ମିଶ୍ର ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ପ୍ରଶାନ୍ତ ମହାକୁର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

seventeen + 6 =