oom

ମାଁ ସମଲେଶ୍ୱରୀଙ୍କ ମନ୍ଦିର ଭାଙ୍ଗିବା ଘଟଣା : ରାଜ୍ୟ ଦେବୋତ୍ତର ବିଭାଗର କମିଶନରଙ୍କ ସହିତ ଯୋଗାଯୋଗ କରି ବିଭାଗୀୟ ପରିଦର୍ଶନ କରାଇଲେ କଳିକେଶ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ ୨୨ ତାରିଖ ସନ୍ଧ୍ୟାରେ ବଲାଙ୍ଗିର ମାଁ ସମଲେଶ୍ୱରୀଙ୍କ ମନ୍ଦିର ଛାତ ଭୁଷୁଡ଼ି ଯିବା ପରେ ବଲାଙ୍ଗିର ସହରରେ ଭକ୍ତଙ୍କ ମନରେ ଦେଖାଯାଇଥିଲା ଅଶାନ୍ତର ବାତାବରଣ । ୨୩ ତାରିଖରେ ବଲାଙ୍ଗିର ପୁର୍ବତନ ସାସଂଦ କଳିକେଶ ନାରାୟଣ ସିଂହଦେଓ ହସ୍ତକ୍ଷେପ କରି ମନ୍ଦିର କମିଟି ସହିତ କଥାବାର୍ତ୍ତା କରି ସମାଧାନର ବାଟ ବାହାର କରିବା ଉଦ୍ଦେଶ୍ୟରେ ବଲାଙ୍ଗିର ଜିଲ୍ଲାପାଳଙ୍କ ସହିତ ସାକ୍ଷାତ କରି ରାଜ୍ୟ ମୁଖ୍ୟ ପ୍ରଶାସକଙ୍କ ସହିତ ଆଲୋଚନା କରିବା ପରେ ରାଜ୍ୟ ଦେବୋତ୍ତର କମିଶନର ଚିତ୍ତରଞ୍ଜନ ମହାପାତ୍ରଙ୍କ ସହିତ ସିଧାସଳଖ ଯୋଗାଯୋଗ କରି ତା’ ପରଦିନ ଏକ ବିଭାଗୀୟ ପଦାଧିକାରୀମାନଙ୍କୁ ମନ୍ଦିରର କିଭଳି ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ତଥା ନୂତନ ଭାବରେ ନୂତନ ରୂପରେଖ ପାଇବ ତାହା ତଦାରଖ କରି ସମାଧାନର ରାସ୍ତା କାଢିବାକୁ ଡାକିଥିଲେ । ଦେବୋତ୍ତର ବିଭାଗର ପଦାଧିକାରୀମାନେ ଗତ ୨୪ ତାରିଖରେ ଆସି ପୁର୍ବତନ ସାସଂଦ କଳିକେଶ ନାରାୟଣ ସିଂହଦେଓଙ୍କୁ ସାକ୍ଷାତ କରି ପୁଙ୍ଖାନୁପୁଙ୍ଖ ଯାଞ୍ଚ କରି ଆଲୋଚନା କରାଯାଇ ସମାଧାନର ବାଟ କାଢିବାକୁ ପ୍ରୟାସ କରାଯାଇଥିଲା । ଇତି ମଧ୍ୟରେ ମନ୍ଦିରର ନବୀକରଣ ପାଇଁ ତାଙ୍କ ତରଫରୁ ୨ଲକ୍ଷ ଟଙ୍କା ପୁର୍ବତନ ସାସଂଦ କଳିକେଶ ସହଯୋଗ କରିଥିବା ବେଳେ ରାଜ୍ୟ ଦେବୋତ୍ତର ବିଭାଗର କମିସନରଙ୍କ ସହିତ ଯୋଗାଯୋଗ କରି ବଲାଙ୍ଗିର ଦେବୋତ୍ତର ବିଭାଗରେ ଥିବା ଟଙ୍କାର ବିନିଯୋଗ କରି ନୂତନ ମନ୍ଦିର ନିର୍ମାଣ ପାଇଁ ଖୁବ ଶୀଘ୍ର ଅନୁଦାନ ପ୍ରଦାନ କରିବା ସହ ମା’ ସମଲେଶ୍ୱରୀଙ୍କ ମନ୍ଦିର ସମ୍ପୁର୍ଣ୍ଣ ଉନ୍ନତିକରଣ କରାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ କରିବା ସହ ନିବେଦନ କରି ଅନୁରୋଧ କରିଛନ୍ତି ପୁର୍ବତନ ସାସଂଦ କଳିକେଶ । ଦେବୋତ୍ତର ବିଭାଗରୁ ମା’ ସମଲେଶ୍ୱରୀ ମନ୍ଦିରକୁ ନିରୀକ୍ଷଣ କରିବା ପାଇଁ ଅଧିକ୍ଷକ ନିରୀକ୍ଷକ ଅନନ୍ତ ଚରଣ ମୁର୍ମୁ ଓ ଡିଭିଜନ ଇଞ୍ଜିନିୟର ଦକ୍ଷିଣ ଚରଣ ମୁର୍ମୁ ଆସିଥିବା ବେଳେ ପରେ ଶୈଳେଶ୍ରୀ ପେଲେସକୁ ଯାଇ ପୁର୍ବତନ ସାସଂଦ କଳିକେଶଙ୍କୁ ସାକ୍ଷାତ କରି ମନ୍ଦିରର ଉନ୍ନତିକରଣ ବିଷୟରେ ଆଲୋଚନା କରିଥିବା ଜଣାପଡିଛି ।

jittmm
Leave A Reply

Your email address will not be published.