jsm

ଆଗଲପୁର ବ୍ଲକ ଗାଁ ସାଥୀଙ୍କୁ ପରିଚୟ ପତ୍ର ବଣ୍ଟନ

csstore

ଆଗଲପୁର, (ସୁଶୀଳ ମିଶ୍ର) : ଆଗଲପୁର ବ୍ଲକ ପ୍ରଶାସନ ତରଫରୁ ଗାଁ ସାଥୀମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଛି । ଏହି ଅବସରର ଗାଁ ସାଥୀ ସଂଘର ସଭାପତି ଆନନ୍ଦ ପଧାନଙ୍କ ସଭାପତିତ୍ୱରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏପିଓ ଜଗତଜିତା ସେଠୀ ଏବଂ ସମ୍ମାନିତ ଅତିଥି ଭାବେ ମନରେଗା ସହାୟକ ହିମାଂଶୁ ଶେଖର ପୁଟେଲ ଯୋଗଦେଇ ପ୍ରାୟ ୫୦ ଜଣ ଗାଁ ସାଥୀଙ୍କୁ ପରିଚୟ ପତ୍ର ବଣ୍ଟନ କରିଥିଲେ । ଜ୍ଞାନେଶ୍ୱର ଦୀପ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଗାଁ ସାଥୀ ସଂଘ କାର୍ଯ୍ୟକାରୀ ସଭାପତି ପ୍ରକାଶ ଦୀପ ସହଯୋଗ କରିଥିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନୁପସ୍ଥିତ ଥିବା ଗାଁ ସାଥୀଙ୍କୁ ପରେ ପର୍ଯ୍ୟାୟ କ୍ରମେ ପରିଚୟପତ୍ର ବଣ୍ଟନ କରାଯିବ ବୋଲି ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ଯେ, ଗାଁ ସାଥୀଙ୍କ ବିଭିନ୍ନ ଦାବୀ ନେଇ ଓଡିଶା ଗାଁ ସାଥୀ ସଂଘ ଭୁବନେଶ୍ୱରଠାରେ ଧାରଣାରେ ବସିଥିବା ବେଳେ ଘାସ ଖାଇ ସରକାରଙ୍କ ଅବହେଳାକୁ ପ୍ରତିବାଦ କରିଥିଲେ । ଏହି ପରିପ୍ରେକ୍ଷୀରେ ବ୍ଲକ ପ୍ରଶାସନ ପକ୍ଷରୁ ଗାଁ ସାଥୀଙ୍କୁ ପରିଚୟପତ୍ର ପ୍ରଦାନ ଗୁରୁତ୍ୱ ବହନ କରୁଥିବା ମନେ ହୁଏ ।

yuvodaya
Leave A Reply

Your email address will not be published.