ଅପହଞ୍ଚ ଏରିଆରେ ଟୀକାକରଣ ଶିବିର

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲ।ମୁଣ୍ଡା ବ୍ଲକ ଜୋରା ଡ଼ବରା ପଞ୍ଚାୟତ ଟେର୍ଚାପଲାଠାରେ ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ସୋସାଇଟି ପକ୍ଷରୁ କର୍ଲ।ମୁଣ୍ଡା ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରର ମିଳିତ ଉଦ୍ୟମରେ ଆଜି କୋଭିଡ ଟୀକାକରଣ ଶିବିର ଆୟୋଜନ ହୋଇଯାଇଥିଲା । ଏଥିରେ ମହିଳା ସ୍ୱାସ୍ଥ୍ୟ କର୍ମୀ ବନଲତା ପାଣିଗ୍ରାହୀ, ସୀମା ଭୋଇ, ସଂଯୁକ୍ତା ସାହୁ, ପୁରୁଷ ସ୍ୱାସ୍ଥ୍ୟକର୍ମୀ ନିମାଇଁ ଚରଣ ସାହୁ, ପ୍ରଶାନ୍ତ ଦୀପ, ଏ ଡବ୍ଲୁ ଡବ୍ଲୁ ଚନ୍ଦ୍ରମା ତାଣ୍ଡି, ଆଶାକର୍ମୀ ପ୍ରତିମା ଭୋଇ ପ୍ରମୁଖ ଯୋଗ ଦେଇ ୮୦ ଜଣ ପୁରୁଷ ମହିଳାଙ୍କୁ କରୋନା ଟୀକା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡମ୍ବରୁମାଝୀ, ପପୁ କୁମାର ଓ ଜୋରାଡ଼ବରା ସ୍କୁଲର ପ୍ରଧାନ ଶିକ୍ଷକ ତରୁଣ ଜାନୀ, ଅନୁଷ୍ଠାନ କର୍ମୀ ଜଗଦୀଶ ପ୍ରସାଦ ରଣା, ପ୍ରଦୀପ କୁମାର ସାହୁ ଯୋଗ ଦେଇ କୋଭିଡର ମୁକାବିଲା ପାଇଁ ବିଭିନ୍ନ ଉପାୟ ବିଷୟରେ ସଚେତନ କରିଥିଲେ ।

Leave A Reply

Your email address will not be published.

twelve − seven =