ଭୁବନେଶ୍ୱର, (ସୁଶାନ୍ତ ସାହୁ) : ୪୨ତମ ଶାରଳା ପୁରସ୍କାର ସମାରୋହ ଇମ୍ପାକ୍ଟ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ଇମ୍ପାକ୍ଟ ଚାରିଟେବୁଲ ଟ୍ରଷ୍ଟର ଟ୍ରଷ୍ଟି ପାରମିତା ପଣ୍ଡା । ଏଥିରେ ଉପନ୍ୟାସ ଅଭିପ୍ରେତ କାଳ ପାଇଁ କଥାକାର ପାରମିତା ଶତପଥୀଙ୍କୁ ଶାରଳା ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ପୁରସ୍କାର ସ୍ୱରୂପ ପାରମିତାଙ୍କୁ ଫଳକ ସହ ୫ ଲକ୍ଷ ଟଙ୍କାର ଅର୍ଥରାଶି ମଧ୍ୟ ପ୍ରଦାନ କରାଯାଇଛି । ସେହିପରି ଚିତ୍ରଶିଳ୍ପୀ ଜଗଦୀଶ ଚନ୍ଦ୍ର କାନୁନଗୋଙ୍କୁ ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ ପ୍ରଦାନ କରାଯାଇଛି ।
ଘୁମୁରା ଶିଳ୍ପୀ ଜୟନ୍ତ କୁମାର ବେହେରାଙ୍କୁ ମଧ୍ୟ ଇଲା-ବଂଶୀଧର ପଣ୍ଡା କଳା ସମ୍ମାନରେ ସମ୍ମାନିତ କରାଯାଇଥିଲା । ସେହିପରି ସଂଗୀତ କ୍ଷେତ୍ରରେ ରଂଜିତ କୁମାର ନାଗ ଓ ଚିତ୍ରକଳା କ୍ଷେତ୍ରରେ ଶ୍ୟାମସୁନ୍ଦର ପଟ୍ଟନାୟକଙ୍କୁ ‘ଇଲା ପଣ୍ଡା ସଂଗୀତ ଓ ଚିତ୍ରକଳା ସମ୍ମାନ’ରେ ସମ୍ମାନିତ କରାଯାଇଥିଲା ।
ଏହି ଅବସରରେ ପ୍ରତିଭାତ୍ରୟୀଙ୍କ ଉପରେ ନିର୍ମିତ ୩ଟି ସଂକ୍ଷୀପ୍ତ ବୃତ୍ତଚିତ୍ର ପ୍ରଦର୍ଶିତ ହେବା ସହ ଶାରଳା ପୁରସ୍କାର୨୦୨୧ର ସୂଚନା ପୁସ୍ତିତା ଲୋକାର୍ପିତ ହୋଇଥିଲା । ୧୯୮୦ ମସିହାରୁ ପ୍ରତିବର୍ଷ ପ୍ରଦାନ କରାଯାଇ ଆସୁଛି ଏହି ଶାରଳା ପୁରସ୍କାର ।