pakka

ମାଗଣା ତୃତୀୟ କମ୍ପ୍ୟୁଟରୀକୃତ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

bbehera

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ନିଷ୍ଠା ପରିବାର ଓ ମହାନଦୀ ନେତ୍ର ଚିକିତ୍ସାଳୟ, ପଣ୍ଡାପାଲି, ବୀରମହାରାଜପୁରର ମିଳିତ ଆନୁକୂଲ୍ୟରେ ତୃତୀୟ ମାଗଣା କମ୍ପ୍ୟୁଟରୀକୃତ ଚକ୍ଷୁ ପରୀକ୍ଷା ଶିବିର ବନ୍ୟା ଆଶ୍ରୟ ସ୍ଥଳୀ, ଗଣ୍ଡତୁରୁମ, ଭେଡେନ, ବରଗଡ଼ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୮୨ ଜଣଙ୍କର ମାଗଣା ଚକ୍ଷୁ ପରୀକ୍ଷା କରାଯାଇଥିଲା ଏବଂ ୫୦ ଜଣଙ୍କର ସମ୍ପୂର୍ଣ୍ଣ ମାଗଣା ଅପରେସନ୍‌ ପାଇଁ ଏକ ସ୍ୱତନ୍ତ୍ର ବସ୍ ଯୋଗେ ଚିକିତ୍ସାଳୟକୁ ନିଆଯାଇଥିଲା ।ଏହି ଶିବିରକୁ ଅତାବିରା ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଫିତା କାଟି ଉଦ୍‌ଘାଟନ କରିଥିଲେ ଓ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମହୁଲପାଲି ସରପଞ୍ଚ ପିଙ୍କି ବଢେଇ, ଉମେଶ ପ୍ରଧାନ, ପ୍ରମୋଦ ପ୍ରଧାନ, ରାଧେଶ୍ୟାମ ପ୍ରଧାନ, ହୃଷୀକେଶ ଧର, ଯୋଗୀନାଥ ମହାରଣା, ସଞ୍ଜୟ କର, କାହ୍ନୁ ଉର୍ମା ପ୍ରମୁଖ ସହଯୋଗ କରିଥିବା ବେଳେ ମହାନଦୀ ନେତ୍ର ଚିକିତ୍ସାଳୟର ମୁଖ୍ୟ ସୁଜିତ କୁମାର ଥପା, ଢାଲେଶ କୁମାର ପ୍ରଧାନ ନିଷ୍ଠାର ସଭାପତି ରକ୍ଷପାଳ ସାହୁ, ସମ୍ପାଦକ ଅଶ୍ୱିନୀ ତ୍ରିପାଠୀ, କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ, ଲୋକନାଥ ସାହୁ, କ୍ଷୀରୋଦ୍ର ସାହୁ, ଜୟନ୍ତ ପ୍ରଧାନ, ବିଦ୍ୟାଧର ଭୋଇ, ମହିଳା ଶାଖାର ମୁଖ୍ୟ ତ୍ରିପୁରା ଶୁହୁଲା ଓ ନିଷ୍ଠାର ସମସ୍ତ ସଦସ୍ୟ/ସଦସ୍ୟା ପରିଚାଳନାରେ ସହଯୋଗ କରିଥିଲେ । ମାଗଣା ଅପରେସନ୍‌ ପରେ ୫୦ ଜଣ ଗରିବ ମା’ ବାପା ଦୁନିଆଁର ରଙ୍ଗୀନ୍ ଆଲୋକ ଦେଖିବେ ଏହା ନିଷ୍ଠା ପରିବାର ପାଇଁ ସୌଭାଗ୍ୟର କଥା ବୋଲି ପ୍ରକାଶ କରିଛନ୍ତି ।

jay balangir
Leave A Reply

Your email address will not be published.

thirteen − twelve =

error: Content is protected !!