jsm

ତହଁକ କୁଟୁମ ପକ୍ଷରୁ ତିନି ଦିନବ୍ୟାପୀ କୋଶଲୀ ବାଲ୍ମୀକି ଇନ୍ଦ୍ରମଣି ସାହୁ ଜୟନ୍ତୀ

csstore

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : କୋଶଲୀ ବାଲ୍ମୀକି ଇନ୍ଦ୍ରମଣି ସାହୁଙ୍କ ଜୟନ୍ତୀ ଅବସରରେ ତହଁକ ସାହିତ୍ୟ କୁଟୁମ ତରଫରୁ ତିନିଦିନ ବ୍ୟାପୀ ଅନଲାଇନ୍ ମାଧ୍ୟମରେ ଭିନ୍ନ ଭିନ୍ନ ସାହିତ୍ୟ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିନରେ ରୁକ୍ମଣ ବିଶ୍ୱାଲଙ୍କ ସଂଯୋଜନାରେ କବିତା ଆସର ହୋଇଥିଲା । ଏଥିରେ ବ୍ରଜମୋହନ ବିଶୋଇ, ଆଲ୍ଲାଦିନି ପାଣିଗ୍ରାହୀ ଦାସ , ଅନିଲ ସାହୁ, ମହେନ୍ଦ୍ର ପଟେଲ ଏବଂ ଭରତ ମେହେର ଯୋଗଦେଇ ସ୍ୱରଚିତ କବିତା ପାଠ କରିଥିଲେ । ସଂଧ୍ୟା ଅଧିବେଶନରେ ଗାଲ୍ପିକ କ୍ଷେତ୍ରବାସୀ ନାଏକଙ୍କ ସଂଯୋଜନାରେ କୋଶଲୀ ଅସ୍ମିତାର୍ ଭିନ୍ ଭିନ୍ ଦିଗ୍ ଆଲୋଚନା ଚକ୍ର ହୋଇଥିଲା । ଏଥିରେ ପ୍ରଫେସର ଡକ୍ଟର ସନ୍ତୋଷ କୁମାର ରଥ, ଡକ୍ଟର ସୁଜିତ କୁମାର ପୃଷେଠ୍, ଅଧ୍ୟାପକ ଲୋହିତାକ୍ଷ ଯୋଷୀ, ଡକ୍ଟର ସଞ୍ଜୟ କୁମାର ମିଶ୍ର ଏବଂ ଗବେଷକ ମାନସ କୁମାର ଷଡଙ୍ଗୀ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଦ୍ଵିତୀୟ ଦିବସର ପ୍ରଥମ ଅଧିବେଶନରେ କୃପାସିନ୍ଧୁ ମହାକୁରଙ୍କ ସଂଯୋଜନାରେ ବୈରାଗୀ ସାହୁ, ତ୍ରିଲୋଚନ ସାହୁ, ଶ୍ରୀକାନ୍ତ ପଧାନ, ଅକ୍ରୁର ବାଗ, ହିମାଂଶୁ କୁମ୍ଭାର, ପ୍ରଭାତ ଖମାରୀ କବିତା ପଠନ କରିଥିବା ବେଳେ ସଂଧ୍ୟା ଅଧିବେଶନରେ ନାରୀ କବିତାର୍ ଝରନ୍ କବିତା ଆସର ହୋଇଥିଲା ଏଥିରେ ମାନସୀ ସାହୁଙ୍କ ସଂଯୋଜନାରେ ମାନିନୀ ମେହେର, ସବିତା ମହରା, ଲିଲି ପଟେଲ, ସସ୍ମିତା ମେହେର ଏବଂ ବର୍ଷାରାଣୀ ସାହୁ ସ୍ୱରଚିତ କବିତା ପାଠ କରିଥିଲେ। ତୃତୀୟ ଦିନରେ ରାଜେଶ ଦଣ୍ଡସେନାଙ୍କ ସଂଯୋଜନାରେ ଏକ କୋଶଲି ଅସ୍ମିତାର୍ ଖୁଜାନୁରା ନାମକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ କୋଶଲ ଗୌରବ ରାମଭକ୍ତ ଫରିକାର, ବିଶିଷ୍ଟ କବି, ‘କୋଶଳ ପ୍ରବାହ’ର ସଂପାଦକ ଆନନ୍ଦ ଚନ୍ଦ୍ର ସାହୁ ଏବଂ ବିଶିଷ୍ଟ କବି ସନ୍ଦୀପ କୁଅଁର ଯୋଗଦେଇ ଭାଷା ସାହିତ୍ୟ ଉପରେ ଆଲୋଚନା କରିଥିଲେ। ଦ୍ୱିତୀୟ ଅଧିବେଶନ ଗୋପୀନାଥ ଦଣ୍ଡସେନାଙ୍କ ସଂଯୋଜନାରେ ଏକ ବ୍ୟଂଗ କବିତା ଆସର ହୋଇଥିଲା ଏଥିରେ ଦିଲିପ ମହାନ୍ତି, ସଚିତାନନ୍ଦ ପଣ୍ଡା, ବ୍ରହ୍ମାନନ୍ଦ ବନଛୋର, ନେପାଲ ଚନ୍ଦ୍ର ବାଗ ଏବଂ କୁଲମଣି ସାହୁ ଯୋଗଦେଇ ବ୍ୟଂଗ କବିତା ଆସରକୁ ହସେଇ ହସେଇ ବେଦମ କରିଥିଲେ । ସଂଧ୍ୟା ତଥା ଶେଷ ଅଧିବେଶନରେ ଅର୍ଜୁନ ସାହୁଙ୍କ ସଂଯୋଜନାରେ ଏକ ଭକ୍ତି କବିତା ଆସର ଅନୁଷ୍ଠିତ ହୋଇଥିଲା । ଏଥିରେ କବିତା ମିଶ୍ର, ସହଦେବ ଖମାରୀ, ସାବୀତ୍ରି ସାହୁ, ଯଦୁମଣି କର୍ଣ୍ଣ, ଘନସ୍ୟାମ ମେହେର, ନବରତ୍ନ ସାହୁ ଏବଂ ଶ୍ରୀୟାକାନ୍ତ ଦାଶ ପ୍ରମୁଖ ଯୋଗଦେଇ ଭକ୍ତି କବିତା ପଠନ କରିଥିଲେ । ଏହି ସବୁ ଆସର ଆୟୋଜନ କରିଥିବା ପାଇଁ ତହଁକ କୁଟୁମ କୁ ପାଠକ ଶ୍ରୋତା ଭୁରିଭୁରି ପ୍ରଶଂସା କରିଥିଲେ ।

yuvodaya
Leave A Reply

Your email address will not be published.