![om academy](https://koshalaprabahalive.com/wp-content/uploads/2024/05/kkkk.jpg)
ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ସୋହେଲା ବ୍ଲକ ଅନ୍ତର୍ଗତ ବିର୍ଜାମ ଗ୍ରାମଠାରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଦ୍ଵାରା ନବ ନିର୍ମିତ ମିଶନ ଶକ୍ତି ଏବଂ ଗୋଷ୍ଠୀ କେନ୍ଦ୍ରର ନୂତନ ଗୃହକୁ ଉଦ୍ଘାଟନ କରିଛନ୍ତି । ଦୁଇ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ଗୋଷ୍ଠୀ କେନ୍ଦ୍ରରେ ଗ୍ରାମର ଅନେକ କାର୍ୟ୍ୟରେ ଉପଯୋଗ ହୋଇପାରିବ ବୋଲି କହିଥିଲେ । ସେହିପରି ମିଶନ ଶକ୍ତି ଗୃହ ମହିଳାମାନଙ୍କ ଉନ୍ନତିରେ ସହାୟକ ହୋଇପାରିବ ବୋଲି ସେ କହିଥିଲେ । ଏହି ଅବସରରେ ସୋହେଲା ବ୍ଲକ ବିଡ଼ିଓ ବିଶ୍ୱ ରଞ୍ଜନ କର, ଦେବାନନ୍ଦ ପାତ୍ର, ସରପଞ୍ଚ କୃପାସିନ୍ଧୁ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
![](https://koshalaprabahalive.com/wp-content/uploads/2021/10/f5701233-9448-4eda-a144-5fddcad7b640.jpg)