lika

ଭାଇ ହାତରେ ଭଉଣୀର ଜିଉଁନ୍ତିଆ

gbag

ସଇଁନ୍ତଲା, (ଅଜିତ କୁମାର ସାହୁ) : ଜଗତ ଜନନୀ ଦୁର୍ଗାଙ୍କର ମହା ସପ୍ତମୀ ନୀତି ପୂଜା ମଣ୍ଡପମାନଙ୍କରେ ଚାଲିଥିବା ବେଳେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକର ଗାଁ ଗାଁରେ ଭାଇ ଜିଉଁନ୍ତିଆ ଓଷା ପାଳିତ ହୋଇଯାଇଛି । ଭାଇ ଜିଉଁନ୍ତିଆ ଓଷା ଥିବାରୁ ଭାଇ ଭଉଣୀମାନଙ୍କର ମଧ୍ୟରେ ନୂତନ ଉତ୍ସାହ ପରିଲକ୍ଷିତ ହେଉଛି । ଆଶ୍ୱିନ ସପ୍ତମୀତିଥି ଗତକାଲି ସନ୍ଧ୍ୟା ସମୟରେ ଦେବୀ ଦୁର୍ଗାଙ୍କ ୨୧ ପ୍ରକାର ଫଳ, ସାତ ପ୍ରକାର ଫୁଲ, ଶହେଆଠ ଦୁବ, ନଡ଼ିଆ, ଅରୁଆ ଚାଉଳ, ଅଁଳା ଡାଳ, ଆଖୁ, ବେଲପତ୍ର ଆଦି ସହ ପୂଜା କରି ଭାଇର ଦୀର୍ଘାୟୁ କାମନା କରିବା ସହ ମଙ୍ଗଳ ମାନସୀ ନିଷ୍ଠା ଓ କାଷ୍ଠା ସହ ଭାଇ ଜିଉଁନ୍ତିଆ ବ୍ରତ ପାଳନ କରିଛନ୍ତି । ତେବେ ଚଳିତ ବର୍ଷ ବ୍ଳକର ଘୁନସର, ବେଲଗା, ବନାରସ, ବରଗା, ଲାଚୁଟ ଭଳି ଅନେକ ସ୍ଥାନରେ ରୀତିନୀତି ଅନୁଯାୟୀ ଭାଇ ଜିଉଁନ୍ତିଆ ଓଷା ପାଳିତ ହୋଇଥିଲା । ତେବେ ଆଜି ସକାଳୁ ନିଜର ଭାଇମାନଙ୍କୁ ପୂଜାର୍ଚ୍ଚନା କରିବା ପରେ ଦୁବ ଚାଉଳ ବନ୍ଦେଇ ଭାଉଣୀମାନେ ଜିଉଁନ୍ତିଆ ବାନ୍ଧିଛନ୍ତି । ଏହି ପର୍ବ ପାଇଁ ଅଞ୍ଚଳ ଉତ୍ସବ ମୁଖରିତ ହୋଇ ପଡିଥିଲା ।

sandip
Leave A Reply

Your email address will not be published.