oom

ସରକାରୀ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘର ବୈଠକ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ସରକାରୀ ହାଇସ୍କୁଲ ଚୁକ୍ତି ଭିତ୍ତିକ ଶିକ୍ଷକ ସଂଘର ସଭାପତି ବିନୋଦ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଏକ ବୈଠକ ସ୍ଥାନୀୟ ବିଦ୍ୟାଭୂଷଣ ସଂସ୍କୃତ ମହାବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ସମସ୍ତ ବ୍ଲକର ଶିକ୍ଷକ ଓ ଶିକ୍ଷୟତ୍ରୀ ଯୋଗଦେଇ ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କର ସମସ୍ୟା ବିଷୟରେ ସବିଶେଷ ଆଲୋଚନା କରିଥିଲେ । ୨୦୧୬ରେ ନିଯୁକ୍ତି ପାଇଥିବା ଶିକ୍ଷକମାନଙ୍କର ଶୀଘ୍ର ନିୟମିତ କରଣ, ୨୦୧୪ ବେଚର ନିୟମିତ କରଣ, ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ, ସାର୍ଭିସ ବୁକ୍‌ ଖୋଳିବା, ପ୍ରାନ୍‌ ଏକାଉଣ୍ଟ ଖୋଳିବା ସଂପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହୋଇଥିଲା । ଏହି ବୈଠକରେ ନୂତନ ଭାବରେ ସଂଘର ସଭାପତି ଭାବେ ସୁଧାଂଶୁ ଶେଖର ବାରିକ, ଉପସଭାପତି ରୂପେ ସୁଧିର କୁମାର ପଧାନ, ଭଗବାନ ବେହେରା, ହେମନ୍ତ ନାଗ, ପଙ୍କଯାକ୍ଷ ପଧାନ, ସଂପାଦକ ଭାବେ ଗାୟତ୍ରୀ ବାରିକ, ଯୁଗ୍ମ ସଂପାଦକ ଭାବେ ଲକ୍ଷ୍ମୀକାନ୍ତ ପଟେଲ, କୋଷାଧ୍ୟକ୍ଷ ଭାବେ ସନ୍ଧ୍ୟାରାଣୀ ଛତ୍ରିଆ, ଉପକୋଷାଧ୍ୟକ୍ଷ ଭାବେ ଗଣେଶ ଧରୁଆଙ୍କୁ ସର୍ବସମ୍ମତି କ୍ରମେ ମନୋନିତ କରାଯାଇଥିଲା । ଏହି ବୈଠକରେ ଉପଦେଷ୍ଟା ରଂଜିତ ମିଶ୍ର, ରାମ ନାରାୟଣ ଦାଶ, ବୀର କିଶୋର ସୁନା, ଦ୍ୱିତିିରଂଜନ ମହାଲିଙ୍ଗ, ଶିକ୍ଷକ ଗଣନାଥ ସାହୁ, ଅରବିନ୍ଦ କୁମ୍ଭାର, ଶୁଭେନ୍ଦୁ କୁମାର ନାଥ, ମାଧବ ପଧାନ, ହେମନ୍ତ ନାଗ, ବିମଲ ଚନ୍ଦ୍ର ସାହୁ, ସୁଧିର କୁମାର ପଧାନ, ପୂର୍ଣ୍ଣିମା ମେହେର, ଯଦୁମଣି ବଗର୍ତ୍ତି, ରାଜଶ୍ରୀ ନାଗ, ପ୍ରଭାତ କୁମାର ହରପାଲ, ଚନ୍ଦ୍ରମଣି ସେଲମା, ଧନଞ୍ଜୟ ଭୋଇ, ବିକ୍ରମ ପୁରୋହିତ, ମମିତା ପଧାନ, ତ୍ରିଲୋଚନ ମାଝି ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ । ଶେଷରେ ଶିକ୍ଷକ ସୁଧାଂଶୁ ଶେଖର ବାରିକ ଧନ୍ୟବାଦ ଦେଇଥିଲେ ।

jittmm
Leave A Reply

Your email address will not be published.