oom

କୋସଲି ଡେରାର କୋସଲି ସଂସ୍କୃତି ଦିନ୍‌ ପାଳିତ

jsmm

ପାଟଣାଗଡ଼, (ଗୋରେଖନାଥ ବରିହା) : ଅଗ୍ରଣୀ କୋସଲି ସାହିତ୍ୟିକ ଅନୁଷ୍ଠାନ କୋସଲି ଡେରା ପକ୍ଷରୁ କୋସଲି ରାମାୟଣର ରଚୟିତା କୋସଲି ବାଲ୍ମୀକି ଇନ୍ଦ୍ରମଣି ସାହୁଙ୍କର ଜନ୍ମ ଦିବସ ଅବସରରେ କୋସଲି ସଂସ୍କୃତି ଦିନ୍‌ ପାଳିତ ହୋଇଯାଇଛି । ବୈଠକ ପୂର୍ବରୁ ମାଁ ପାଟଣେଶ୍ୱରୀଙ୍କ ମନ୍ଦିର ଠାରୁ ଏକ ଶୋଭାଯାତ୍ରା ବାହାରି ସ୍ଥାନୀୟ ମାରବାଡି ଧର୍ମଶାଳା ଠାରେ ପହଞ୍ଚି ଥିବା ବେଳେ କୋସଲି ଡେରାର ସଭାପତି ଭକ୍ତବନ୍ଧୁ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବରେ ପାଟଣାଗଡ଼ ବ୍ଲକ ଅଧ୍ୟକ୍ଷ ଭକ୍ତବନ୍ଧୁ ନାଏକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଭାଷା କର୍ମୀ ସାକେତ ଶ୍ରୀ ଭୂଷଣ ସାହୁ, ଗବେଷକ ଫଣିନ୍ଦମ ସିଂ ଦେଓ, କବି ଅମୃତ ଲାଲ ସାହୁ ଯୋଗ ଦେଇଥିଲେ । ଝାରମଳି ବହି ଉପରେ ଆଲୋଚନା କରିଥିଲେ ଅଧ୍ୟାପକ ଦିଲ୍ଲୀପ କୁମାର ପସାୟତ । ଏହି ଅବସରରେ ରାମଭକ୍ତ ଫରିକାରଙ୍କୁ ଇନ୍ଦ୍ରମଣି ସୁରତା ସମ୍ମାନ-୨୦୨୧ ପ୍ରଦାନ କରାଯାଇଥିଲା । ଏହା ସହିତ କବିଙ୍କ ଝାରମଳିର ଦ୍ଵିତୀୟ ସଂସ୍କରଣ, ସବିତା ଭୋଇଙ୍କ କୋସଲି ପତ୍ରିକା ପନତକାନି ଏବଂ ଛୋଟ ପତ୍ରିକା କଢ଼ୋ ଉନ୍ମୋଚିତ ହୋଇଥିଲା । ଜିଲ୍ଲା ଲେଖକ ପରିଷଦର ସମ୍ପାଦକ କପିଳେଶ୍ୱର ଖମାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦ୍ଵିତୀୟ ଅଧିବେଶନ କବିତା ଆସରରେ କବି ଟିକେଲାଲ ବେହେରା, କୃଷ୍ଣଚନ୍ଦ୍ର ଭୋଇ, ସମାଜସେବୀ ଶୁସିଲ କୁମାର ଗୁରୁ ଯୋଗ ଦେଇଥିଲେ । କବିତା ସଂଯୋଜନା କରିଥିଲେ ସଂଯୁକ୍ତା ପରିଚ୍ଛା । ଏହି କାର୍ଯ୍ୟକ୍ରମକୁ ପ୍ରହଲ୍ଲାଦ ସାହୁ, ସନ୍ତୋଷ କୁମାର ଦାସ, ଶାନ୍ତନୁ କୁମାର ବୁଦ୍ଧିଆ, ରାଜେଶ ଶର୍ମା, ବିକାଶ ମେହେର, ଶମ୍ଭୁ ପ୍ରସାଦ ଘିବେଲା, ରୀଙ୍କୁ ମେହେର, ଆଶୁତୋଷ ଠାକୁର, ଶଶିକାନ୍ତ ଧରୁଆ ତଥା କୋସଲି ଡେରାର ସମସ୍ତ ସଭ୍ୟ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ କବି କ୍ଷୀରୋଦ୍ର କୁମାର ସାହୁ ଧନ୍ୟବାଦ ଦେଇଥିଲେ ।

jittmm
Leave A Reply

Your email address will not be published.