oom

ଅତାବିରାରେ ଆଞ୍ଚଳିକ ବାରିକ ସଂଘର ନୂତନ କର୍ମକର୍ତ୍ତା ଚୟନ ଓ ବିଦାୟ ସମ୍ବର୍ଦ୍ଧନା

jsmm

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଅତାବିରା ବିଶ୍ୱେଶ୍ୱର ଭବନ ଠାରେ ଆଞ୍ଚଳିକ ବାରିକ ସଂଘର ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସଭାପତି ରଘୁନାଥ ବାରିକଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ନୂତନ କର୍ମକର୍ତ୍ତା ଚୟନ ହୋଇ ସଭାପତି ଭାବେ ବଳରାମ ସାହୁ, ଉପସଭାପତି ଭାବେ ଗିରିଶ ପସାୟତ, ସଂପାଦକ ଭାବେ ରାଧାକାନ୍ତ ପସାୟତ, ସହସଂପାଦକ ଭାବେ ସନ୍ତୋଷ ପସାୟତ, କୋଷାଧ୍ୟକ୍ଷ ଭାବେ ରାକେଶ ଠାକୁର ପ୍ରମୁଖଙ୍କ ସହ ଉପଦେଷ୍ଟା କମିଟିର ଅଧ୍ୟକ୍ଷ ମକରଧ୍ୱଜ ପସାୟତ, ରେଙ୍ଗାଲି କେମ୍ପ ଉପସଭାପତି ସରୋଜ ବାରିକ, ଚକୁଳି ଫାର୍ମ ଉପସଭାପତି ରାଧେଶ୍ୟାମ ବାରିକ, ଗୋଡ଼ଭଗା ଉପସଭାପତି ଦିଲ୍ଲୀପ ରାଓ, ଦୁଲମ ପୁର ଉପସଭାପତି ସୁବ୍ରତ ପସାୟତ, ଲରମ୍ଭା ଉପସଭାପତି କପିଳ ବାରିକ ଦାୟିତ୍ୱ ଗ୍ରହଣ କରି ସମ୍ବର୍ଦ୍ଧିତ ହୋଇଥିଲେ । ପରିଶେଷରେ ଅମର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.