oom

ସକାଳ ୫ଟାରୁ ପିକେଟିଂ ଆରମ୍ଭ କଲା ଛାତ୍ର କଂଗ୍ରେସ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ସକାଳେ ଘ.୫ଟାରୁ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁ ଓ ଛାତ୍ର ନେତା ଶୁଭେନ୍ଦୁ ସାହୁଙ୍କ ନେତୃତ୍ୱରେ ଟିଟିଲାଗଡ – କଳିକତା(ଇସ୍ପାତ) ଟ୍ରେନକୁ ଅଧାଘଣ୍ଟା ପର୍ଯ୍ୟନ୍ତ ଅଟକାଇ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ନାରାବାଜି କରିଥିଲେ । ପରେ ପରେ ଟାଉନ କଂଗ୍ରେସ ସଭାପତି ବୁଲୁ ଦାନୀଙ୍କ ନେତୃତ୍ୱରେ ସହରର ବିଭିନ୍ନ ସ୍କୁଲ, କଲେଜ, ବ୍ୟବସାୟିକ ପ୍ରତିଷ୍ଠାନ, ବ୍ୟାଙ୍କ, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ, ସିଭିଲ କୋର୍ଟ ଏ ସବୁ ଜାଗାରେ ପିକେଟିଂ କରାଯାଇଥିଲା । ପିକେଟିଂରେ ଜିଲ୍ଲା କଂଗ୍ରେସ ଉପସଭାପତି ମନୀଷ ମିଶ୍ର, ସନ୍ତକ ବହିଦାର, ଉମାକାନ୍ତ ସାହୁ, ଯୁବ କଂଗ୍ରେସ ସଭାପତି ପ୍ରେମ ପ୍ରକାଶ ମିଶ୍ର, ପୂର୍ବତନ କାଉନସିଲର ପବିତ୍ର ବେହେରା, ସୌମ୍ୟଦୀପ ସରାଫ, ଅଖଣ୍ଡ ସେଠ, ଅମୂଲ୍ୟ ସେଠ, ଅନ୍ତ ବେହେରା, ବେଟୁନ ସ୍ୱାଇଁ, ସୁନିଲ ବେହେରା, ପ୍ରଦୋଷ ପାଣିଗ୍ରାହୀ, ଜୁଲୁ ପଟ୍ଟନାୟକ, ମଧୁ ନାଗ, ଲୋପନ ମିଶ୍ର, ନାସିର ଖାନ, ଅଜୁ ସାଏ, ଅଜିତ ମହାନନ୍ଦ, ଅମିୟ ବଗର୍ତ୍ତି, ଶୁଭମ ଷଢଙ୍ଗି, ଟୁଲୁ ସେନ, କିଶନ ମୁଗ୍ରୀ, ଲଳିତ ପଟେଲ, ହରି ନନ୍ଦ, ଘୁଣ୍ଡୁ ପଟ୍ଟନାୟକ ପ୍ରମୁଖ ସକ୍ରିୟ ନେତୃତ୍ୱ ନେଇଥିଲେ ।

jittmm
Leave A Reply

Your email address will not be published.