
ବଲାଙ୍ଗିର ସଦର, (କେପିଏନ୍ଏସ୍) : ହରଗୌରୀ ସୌନ୍ଦର୍ଯ୍ୟକରଣ କମିଟି, ଶିବତଲା, ଲୁଚକିବନ୍ଧ, ରଘୁମଣିପାଲି ଆନୁକୂଲ୍ୟରେ ସ୍ଥାନୀୟ ହରଗୌରୀ ମନ୍ଦିର ପରିସରରେ ୨୦୨୧ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି । ସୌନ୍ଦର୍ଯ୍ୟକରଣ କମିଟି ସଭାପତି ଚନ୍ଦ୍ରଶେଖର ବେହେରାଙ୍କ ସଭାପତିତ୍ୱରେ ସଭା ଅନୁଷ୍ଠିତ ହୋଇଥିବା ବେଳେ ଶିବତଲା ଗ୍ରାମ୍ୟ କମିଟି ସଭାପତି ହେମସଗାର ମାଝି, ସଂପାଦକ ଭୋଜରାଜ ବେହେରା, କୋଷାଧ୍ୟକ୍ଷ ଗୋପାଳ ବେହେରା, ସୌନ୍ଦର୍ଯ୍ୟକରଣ କମିଟି ଉପସଭାପତି ନବୀନ ସାହୁ, ଉପ ସମ୍ପାଦକ ଗିରିଧାରୀ ମାଝୀ, ସରପଞ୍ଚ ବାଳକୃଷ୍ଣ ବେହେରା ମନ୍ଦିର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ଵମତ ବ୍ୟକ୍ତ କରିଥିଲେ । ସୌନ୍ଦର୍ଯ୍ୟକରଣ କମିଟି ସମ୍ପାଦକ ହୋଲିଶ୍ୱର ଧରୁଆ ସଭା ପରିଚାଳନା କରିଥିବା ବେଳେ ସଭ୍ୟ ପ୍ରଦୀପ କୁମାର ମାଝୀ, ସୋମନାଥ ପଟେଲ, ସନ୍ତୋଷ ଧରୁଆ, ଗଣେଷ ବେହେରା, କୀର୍ତ୍ତନ ବଗାର, ରମେଶ ବଗାର, ରିଙ୍କୁ ଦାଶ, କୁନା ବେହେରା, ମଧୁସୂଦନ ମେହେର, ଅନିଲ ମେହେର, ବେଙ୍କଟ ବେହେରା,ସୁରୁ ବଗର୍ତ୍ତି, ହରି ମେହେର ପ୍ରମୁଖ ଉପସ୍ଥିତ ରହି ପ୍ରାକୃତିକ ସୌନ୍ଦର୍ଯ୍ୟଭରା ହରଗୌରୀ ମନ୍ଦିରକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପ୍ରଦାନ ପାଇଁ ନିଜସ୍ୱ ମତାମତ ପ୍ରଦାନ କରିଥିଲେ ।

