ବିଷଧର ସାପ କାମୁଡ଼ାରେ ବୃଦ୍ଧ ମୃତ

ନବରଙ୍ଗପୁର, (ଜଗନ୍ନାଥ ବିଷୋୟୀ) : କୋଷାଗୁମୁଡା ବ୍ଲକର କେ. ସେମଳା ଗାଁରେ ସାପ କାମୁଡାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ମନଧର ଚଲାଣ(୬୦) ମନଧର ନିଜ ଜମିରେ ଘାସ କାଟୁଥିବା ବେଳେ ସାପଟି ତାଙ୍କ ଗୋଡକୁ କାମୁଡ଼ି ଦେଇଥିଲା । ମନଧରଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ର ନେବା ପାଇଁ ପରିବାର ଲୋକ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । କିନ୍ତୁ ଗାଡ଼ି ପହଞ୍ଚିବା ବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏ ନେଇ କୋଡିଙ୍ଗା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି କେଶ୍ ନଂ୧୦/୨୦୨୧) । ଶୁକ୍ରବାର ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

Leave A Reply

Your email address will not be published.