ବିଜେପି ତରଫରୁ ଡାକ୍ତରଖାନାରେ ରୋଗୀମାନଙ୍କୁ ଫଳ ବଣ୍ଟନ ଓ ମହାପୁରୁଷ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

ବରଗଡ, (ନିରୋଜ କୁମାର ପାଣୀ) : ଭାରତୀୟ ଜନତା ପାର୍ଟି ତରଫରୁ ସାରା ଭାରତ ବର୍ଷରେ ଆରମ୍ଭ ହୋଇଥିବା ‘ସେବା ଏବଂ ସମର୍ପଣ’ ଅଭିଯାନ କାର୍ଯ୍ୟକ୍ରମ ଆଜି ବରଗଡ ବିଜେପି ତରଫରୁ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କୁ ଫଳ ବଣ୍ଟନ କରିବା ସହିତ ସେମାନଙ୍କର ସ୍ୱାସ୍ଥ୍ୟ ବିଷୟରେ ବରଗଡ ସାଂସଦ ସୁରେଶ ପୂଜାରୀ ପଚାରି ବୁଝିଥିଲେ ଏବଂ ଉପସ୍ଥିତ ଡାକ୍ତରମାନଙ୍କ ସହିତ, ଡାକ୍ତରଖାନାର ସମସ୍ୟା ବିଷୟରେ ପଚାରି ବୁଝିଥିଲେ ।ଏହି ଅବସରରେ ସୁରେଶ ପୂଜାରୀ ଏବଂ ବିଜେପି ନେତୃବୃନ୍ଦ ବରଗଡ଼ ସହରରେ ଥିବା ମହାତ୍ମା ଗାନ୍ଧୀ, ବୀର ସୁରେନ୍ଦ୍ର ସାଏ, ଗଙ୍ଗାଧର ମେହେର, ବି. ଆର. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ତଥା ହଲଦୀପାଲି ଛକରେ ଥିବା ସହିଦ ସ୍ତମ୍ଭକୁ ପାଣିରେ ଧୋଇ ସଫା କରିବା ସହିତ ମାଲ୍ୟାର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଅଶ୍ୱିନୀ ଷଡ଼ଙ୍ଗୀ, ଜିଲ୍ଲା ଉପସଭାପତି ପ୍ରୀତମ ସିଂ, ଜିଲ୍ଲା ସାଧାରଣ ସମ୍ପାଦକ ରବି ନାରାୟଣ ଦାଶ, କୁଶ କୁମ୍ଭାର, ନଗର ସଭାପତି ସୁବ୍ରତ ହୋତା, ସାଂସଦ ପ୍ରତିନିଧି ଅବନିକାନ୍ତ ପଣ୍ଡା, ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ଅମିତ ପଣ୍ଡା, ବରିଷ୍ଠ ନେତା ଯଦୁମଣି ଦାଶ, ଈଶ୍ୱର ବାଗ, ପରୀକ୍ଷିତ ଛତର, ମମତା ଅଗ୍ରୱାଲ, ସୀମା ସିଂ, ଦେବିକା ସିକା, ବିନୋଦ ଅଗ୍ରୱାଲ, ଯୁଧିଷ୍ଠିର ମେହେର, ଲାଲୁ ପଧାନ, ବ୍ରଜ ନାୟକ, ଶୁକ୍ରୁ ସାହୁ, ବୈକୁଣ୍ଠ ସାହୁ, ସୁଦାମ ମହାପାତ୍ର, ଗୋପାଳ ଷଡଙ୍ଗୀ, ବିପ୍ଳବ ମୁଖାର୍ଜୀ ତଥା ଅନ୍ୟାନ୍ୟ ବହୁ ନେତୃବୃନ୍ଦ ଉପସ୍ଥିତ ଥିଲେ ।

Leave A Reply

Your email address will not be published.